ଫେରାର ଅଭିଯୁକ୍ତ ୬ ବର୍ଷ ପରେ ଗିରଫ

ବିଲାସପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ପଞ୍ଚାୟତର ବହୁ ଚର୍ଚ୍ଚିତ ଖଣ୍ଡିକନପା ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତ ମାଳତି ଗୋଚ୍ଛାପଡ଼ାର ସଂଜୟ ଥାପା (୩୫)କୁ ପୁଲିସ ୬ ବର୍ଷ ପରେ ଗିରଫ କରିଛି। ୨୦୧୨ରେ ଜମିବାଡ଼ିକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ଅଭିଯୁକ୍ତମାନେ ଖଣ୍ଡିକନପାର ସିନ୍ଦୂର ଜାନୀ ଓ ତାଙ୍କ ପୁଅ ସନ୍ତୋଷ ଜାନୀଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଦିବାକର ଜାନୀ, କୁମର ଜାନୀ, କୈଳାସ ଜାନୀ, ଗୋଲେଖ ଜାନୀ, ତପନ ଜାନୀ, ସପ୍ନେଶ୍ୱର ଜାନୀ, ଗୌତମ ଜାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର