ବୌଦ୍ଧ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର

ବୌଦ୍ଧ: ବୌଦ୍ଧ ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତିସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକ ବିଡିଓ  ନିହାର ରଂଜନ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାୟକ ମୁଖ୍ୟ ଅତିଥି, ଏବିଡିଓ ସୁବାଷ ଚନ୍ଦ୍ର ଜାନୀ, ସହକାରୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ସିଂ, ଜିଲ୍ଲା ସାମାଜିକ ସମୀକ୍ଷକ ମଣିପ୍ରସାଦ ମିଶ୍ର, ବ୍ଲକ ସାମାଜିକ ସମୀକ୍ଷକ ଗୋପାଳ ଚନ୍ଦ୍ର ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶିବିରରେ ମନରେଗା ପ୍ରକଳ୍ପରେ କାର୍ଯ୍ୟ କରୁଥିବା କାର୍ଯ୍ୟପତ୍ରଧାରୀ ଅଣକୁଶଳୀ ଶ୍ରମିକମାନଙ୍କର କାର୍ଯ୍ୟପତ୍ର ଅପଡେଟ୍‌୍‌ କରାଯିବା, ପଞ୍ଚାୟତ ଅଫିସ୍‌ରେ ୭ଟି ରେଜିଷ୍ଟର ମେଣ୍ଟେନ କରିବା, ଗ୍ରାମ୍ୟ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ୯୦ ଦିନର ମଜୁରୀ ମନରେଗା ଯୋଜନାରୁ ଯୋଗାଇ ଦେବା, ମନରେଗା ଯୋଜନାରେ କାର୍ଯ୍ୟପତ୍ର ପାଇବାକୁ ଇଚ୍ଛୁକ ଅଣକୁଶଳୀ ଶ୍ରମିକମାନଙ୍କୁ କାର୍ଯ୍ୟପତ୍ର ଯୋଗାଇ ଦେବା ଉପରେ ଆଲୋଚନା କରାଯାଇଥିଲା। ଏହି ଶିବିରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗ୍ରାମ୍ୟ ସମ୍ବଳ କର୍ମୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର