ବାଇକ ଦୁର୍ଘଟଣା, ଜଣେ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆରେ ଏକ ବାଇକ ଦୁର୍ଘଟଣା ହେବାରୁ ସୋନପୁର ଜିଲ୍ଲା ଦେଉଳମୁଣ୍ଡା ଗାଁର ସନ୍ତୋଷ ଚାନ୍ଦ (୫୦)ଙ୍କ ସ୍ତ୍ରୀ ସ୍ନିଗ୍ଧାରାଣୀ ଚାନ୍ଦ (୩୫) ଗୁରୁତର ଆହତ ହୋଇଛନ୍ତି। ଶ୍ରୀ ଚାନ୍ଦ ସ୍ତ୍ରୀଙ୍କ ସହ (ଓଆର -୩୧-୦୫୫୦)ରେ ବୌଦ୍ଧ ଜିଲ୍ଲା ପଳଶାଗୋରାକୁ ଯାଇଥିବା ବେଳେ ଖଟଖଟିଆଠାରେ ଏକ ସାଇକଲ ଚାଳକ ବାଇକରେ ବାଡ଼େଇ ହେବାରୁ ଭାରସାମ୍ୟ ହରାଇ ବାଇକ୍‌ଟି ପଡ଼ି ଯାଇଥିଲା। ଏଥିରେ ସ୍ନିଗ୍ଧାରାଣୀ ଗୁରୁତର ଆହତ ହୋଇଥିବା ବେଳେ ସନ୍ତୋଷ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ।

ସମ୍ବନ୍ଧିତ ଖବର