ବିନା ତାରରେ ବଲ୍‌ବ ଜଳୁଛି, ମୋବାଇଲ୍‌ ଚାର୍ଜ ହେଉଛି

ଖଡିଆଳ: ବିନା ତାରରେ ବିଜୁଳି ବଲ୍‌ବ ଜଳୁଛି, ମୋବାଇଲ ଫୋନ୍ ବି ଚାର୍ଜ ହୋଇ ପାରୁଛି। ଏଭଳି ଏକ କୌଶଳ ଉଦ୍ଭାବନ କରିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ତା ପ˚ଚାୟତ କୋଟାମାଲ ଗ୍ରାମର ଲଛମନ ଡୁଣ୍ତି। ଲଛମନ ଏବେ ଖଡିଆଳ ସ୍ବୟ˚ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ଛାତ୍ର। ସେ ୨୦୧୬ ନଭେମ୍ବର ମାସରେ ଅଚଳ ୫ଶହ ଓ ୧୦୦୦ ଟଙ୍କିଆ ନୋଟରୁ ବିଜୁଳି ଉତ୍ପା‌ଦନ କରି ବଲ୍‌ବ ଜଳାଇବା ସହିତ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ର ଚଳାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପାଇଥିଲେ। ବର୍ତମାନ ସେ ତିଆରି କରିଥିବା ଯନ୍ତ୍ର ସାହାଯ୍ୟରେ ୩୦ ମିଟର ମଧ୍ୟରେ ବିନା ତାରରେ ବିଜୁଳି ବଲ୍‌ବ ଜଳିବା ସହିତ ମୋବାଇଲ ଚାର୍ଜ ହୋଇ ପାରୁଛି ବୋଲି ଲଛମନ ଦାବି କରୁଛନ୍ତି। ତାଙ୍କର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ କମ୍‌ ଖର୍ଚ୍ଚରେ ତିଆରି କରିଥିବା ଏହି ପ୍ରକଳ୍ପର କ୍ଷମତା ହେଉଛି ୩୦ ମିଟର। ସରକାରୀ ସାହାଯ୍ୟ ମିଳିଲେ ତାହା ୫ କିମିରୁ ୧୦ କିମି ମଧ୍ୟରେ ବିନା ତାରରେ ବିଜୁଳି ପହ˚ଚାଇ ପାରିବେ ବୋଲି ଲଛମନପ୍ରକାଶ କରିଛନ୍ତି। ଏହି ଛାତ୍ର ଖଡିଆଳ ବ୍ଲକ ସମାଡପଦର ଗ୍ରାମରେ ଆସନ୍ତା ୩୦ ତାରିଖ ଦିନ ପୁରୁଣା ୫ ଶହ ଟଙ୍କିଆ ଓ ହଜାରେ ଟଙ୍କିଆ ସାହାଯ୍ୟରେ ବିଦ୍ୟୁତ ଉତ୍ପାଦନ କରି ସାରା ଗ୍ରାମରେ ବିଦ୍ୟୁତ ଯୋଗାଇ ଦେବେ ବୋଲି ହ୍ବାଟ୍ସଅାପ୍ ମାଧୢମରେ ଲୋକଙ୍କୁ ନିମନ୍ତ୍ରଣ କରିଥିବା ଖବର ଆସିଛି।

ସମ୍ବନ୍ଧିତ ଖବର