ବିବାହ ପ୍ରତିଶ୍ରୁତି ଦେଇ କୋର୍ଟରୁ ଫେରାର ପ୍ରେମିକ ଥାନାରେ ଅଟକ

ବୌଦ୍ଧ: ପ୍ରେମିକା ଓ ତାଙ୍କ ପରିବାରକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକା ଘରେ ୩ ଦିନ ଅତିଥି ଭାବେ ରହିଥିଲେ ପ୍ରେମିକ। ଗୁରୁବାର କୋର୍ଟ ମ୍ୟାରେଜ ପାଇଁ ଆସି ଚମ୍ପଟ ମାରୁଥିବା ବେଳେ ଧରାପଡି ବୌଦ୍ଧ ଥାନାରେ ଅଟକ ରହିଛନ୍ତି ପ୍ରେମିକ।
ସୂଚନା ମୁତାବକ, କିରାସିରା ଗ୍ରାମର ପ୍ରଦୀପ ପ୍ରଧାନ ପୁରୁଣାକଟକ ଥାନା ଅନ୍ତର୍ଗତ ଉଦୟପୁର ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରିଥିଲେ। ଗତ ୩ ଦିନ ପୂର୍ବରୁ ପ୍ରଦୀପ ହଠାତ ଯୁବତୀଙ୍କ ଘରେ ପହଞ୍ଚିଥିଲେ। ଘଟଣାଟି ଯୁବତୀଙ୍କ ପରିବାର ଆଗରେ ପ୍ରଘଟ ହେବା ପରେ ଏହି ସଂର୍ପକକୁ ସେମାନେ ବିରୋଧ କରିଥିଲେ। ମାତ୍ର ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେବାରୁ ଅପୋଷ ବୁଝାମଣା ହୋଇଥିଲା। ଗୁରୁବାର ଉଭୟଙ୍କ ପକ୍ଷରୁ କୋର୍ଟ ମ୍ୟାରେଜ କରାଯିବାକୁ ନିଷ୍ପତି ହୋଇଥିଲା। ଯୁବତୀଙ୍କ ପରିବାର ପ୍ରଦୀପଙ୍କୁ ସାଙ୍ଗରେ ନେଇ ଆଜି ବୌଦ୍ଧରେ ପହଂଚିଥିଲେ। ମାତ୍ର ସୁଯୋଗ ଦେଖି ପ୍ରଦୀପ ବୌଦ୍ଧ କୋର୍ଟ ପରିସରରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ମାତ୍ର ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଧରି ବୌଦ୍ଧ ପୁଲିସର ଜିମା ଦେଇଛନ୍ତି। ମାମଲାଟି ପୁରୁଣାକଟକ ଥାନା ଅଂଚଳର ହୋଇଥିବାରୁ ଉକ୍ତ ଥାନାରେ ଅଭିଯୋଗ କରିବାକୁ ଯୁବତୀ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଛି ଓ ଯୁବକଙ୍କୁ ଅଟକ ରଖାଯାଇଛି ବୋଲି ଥାନା ଅଧିକାରୀ ତପସ୍ବିନୀ କଁହର କହିଛନ୍ତି।

ସମ୍ବନ୍ଧିତ ଖବର