ବଲେରୋ ଧକ୍କାରେ କଲେଜ ଛାତ୍ର ମୃତ

ବୌଦ୍ଧ: ବାଉଁଶୁଣି ଥାନା ସାହାଜପାଲ ନିଟସ୍ଥ ଜଡ଼ାପାଳ ଗାଁ ରାସ୍ତାରେ ଏକ ବଲେରୋ ଧକ୍କାରେ ବୌଦ୍ଧ ପଞ୍ଚାୟତ କଲେଜର ଯୁକ୍ତ୨ ଛାତ୍ର ରଜତ ସାହୁ(୧୭)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍‌ଣରେ ରଜତ କଲେଜରୁ ଏକ ସାଇକଲରେ ଜଡ଼ାପାଲସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ପଛପଟୁ ଆସୁଥିବା ଏକ ବଲେରୋ (ଓଡି ୩୧ ୭୯୪୨) ଧକ୍କା ଦେଇଥିଲା। ଉକ୍ତ ଦୁର୍ଘଟଣାରେ ରଜତ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୌଦ୍ଧ ସଦର ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ତାଙ୍କ ପିତା ପୀତାମ୍ବର ସାହୁ ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର