ନିର୍ବନ୍ଧ ସରିଥିବା ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ! ଥାନା ଘେରିଲା ଜିଲ୍ଲା ଯାଦବ ମହାସଭା

ଜୁନାଗଡ଼: ନିର୍ବନ୍ଧ ସରିଥିବା ଜଣେ ଯୁବତୀଙ୍କୁ ଅପହରଣ ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରାୟ ମାସେ ଧରି ଦୁଷ୍କର୍ମ କରିଥିବା ନେଇ ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକଙ୍କୁ ଜୁନାଗଡ଼ ପୁଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଶୁକ୍ରବାର ଅପରାହ୍‌ଣରେ ଥାନା ଘେରାଉ କରାଯାଇଛି।

ଅଭିଯୋଗ ଅନୁସାରେ, ଉକ୍ତ ଯୁବତୀଙ୍କ ବିବାହ ପାଇଁ ନିର୍ବନ୍ଧ ସରିଥିଲା। ହାବସପୁର ଗାଁର ରଂଜିତ ମେହେର(୨୨) ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଅପହରଣ କରିବାକୁ ଧମକ ଦେଇଥିଲା। ଏହି ଖବର ଜାଣିବା ପରେ ଯୁବତୀଙ୍କ ବାପା ଭୟଭୀତ ହୋଇ ନିଜ ସମ୍ପର୍କୀୟ ଘରକୁ ଯୁବତୀଙ୍କୁୁ ନେଇ ରଖିଥିଲେ। ପରେ ଗତ ଜାନୁଆରି ୨ ତାରିଖ ରାତି ସାଢେ ୮ଟାରେ ରଂଜିତ ଓ ତାର ସହଯୋଗୀ ମଣ୍ଟୁ ମେହେର, ଚନ୍ଦ୍ର ମେହେର, ଦୁର୍ଗା ମେହେର ଓ ରାଜେଶ କୈବର୍ତ୍ତ ମିଶି ଡହଗାଁକୁ ଯାଇ ଯୁବତୀଙ୍କୁ ଭୟଭୀତ କରିବା ସହିତ ଅପହରଣ କରି ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ମାସେ କାଳ ରଖି ଦୁଷ୍କର୍ମ କରିଥିଲେ। ଶେଷରେ ପ୍ରତାରଣା କରି ଜୁନାଗଡ଼ ବସଷ୍ଟାଣ୍ଡରେ ଛାଡ଼ି ରଂଜିତ ଫେରାର ହୋଇଥିବା ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଯୁବତୀ ଜଣକ ଗତ ୩୧ ତାରିଖରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର