ଗଣଦୁଷ୍କର୍ମ ମାମଲା:୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ଶୁକ୍ରବାର ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ପ୍ରମାଣ ଅଭାବରୁ ୩ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଖଲାସ ଅଭିଯୁକ୍ତମାନେ ହେଲେ ବାଉଁଶୁଣି ଥାନା ପତରାପାଲି ଗାଁର ପିଙ୍କୁ ମେହେର(୨୨), ଡିମିରିପାଲିର ଗୋପାଳ କୃଷ୍ଣ ସେଠୀ ଓ ଅଁଳାପାଲିର ସୁରୁବାବୁ ମଲ୍ଲିକ।
ଅଭିଯୋଗ ଅନୁସାରେ, ମନମୁଣ୍ଡା ଥାନା ଅଞ୍ଚଳର ଜଣେ ଯୁବତୀ ଗୁରୁମୁଣ୍ଡା ଗ୍ରାମର ଉମେଶ ମେହେରଙ୍କୁ ଭଲପାଇ ଘରୁ ପଳାଇଥିଲା। ଉଭୟ ମନମୁଣ୍ଡାରେ ଥିବା ଏକ ସୂତା ଫେକ୍ଟିରିରେ କାମ କରି ଚଳିଆସୁ ଥିଲେ। ସେଠାରେ ପିଙ୍କୁ ମେହେର ସେମାନଙ୍କ ସଂପର୍କରେ ଆସିଥିଲେ। ଉକ୍ତ ଯୁବତୀଙ୍କୁ ପିଙ୍କୁ ମେହେର ଓ ତାଙ୍କ କେତେଜଣ ସାଥୀ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗଣ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଜଣଙ୍କ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ପୁଲିସ ଏହି ଘଟଣାରେ ପିଙ୍କୁ, ଗୋପାଳ ଓ ସୁରୁବାବୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମକଦ୍ଦମାର ବିଚାର କରି କୋର୍ଟ ଉପଯୁକ୍ତ ପ୍ରମାଣ ଅଭାବରୁ ୩ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର ମକଦ୍ଦମାକୁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର