ବୌଦ୍ଧର ଐତିହାସିକ ଶ୍ରୀରାମ ଲୀଳା ୨ୟ ସଂଧ୍ୟା ଶ୍ରୀରାମଙ୍କ ବାଲ୍ୟଲୀଳା ନାଟକ ମଞ୍ଚସ୍ଥ

ବୌଦ୍ଧ,: ବୌଦ୍ଧ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଐତିହାସିକ ଶ୍ରୀରାମଲୀଳାର ଦ୍ବିତୀୟ ସଂଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ବାଲ୍ୟଲୀଳା ନାଟକ ପରିବେଷଣ ହୋଇଛି। ବିଭିନ୍ନ ଭୂମିକାରେ ଥିବା ବ୍ରତୀ କୁନି କୁନି କଳାକାର ନିଷ୍ଠାର ସହ ସୁନ୍ଦର ଅଭିନୟ କରିଥିଲେ। ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚନା ଓ ଭବାନୀ ଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଦଶରଥ ଭୂମିକାରେ ଦେବରାଜ ସାହୁ, ବିଶ୍ବାମିତ୍ର ଭୂମିକାରେ ସୁରେଶ୍ବର ମିଶ୍ର, କୌଶଲ୍ୟା ଭୂମିକାରେ ଜଗଦୀଶ ବାରିକ, କୈକେୟୀ ଭୂମିକାରେ ମୁକେଶ ପ୍ରଧାନ ରହିଥିବା ବେଳେ କୁନି କାଳକାର ରାମ ଭୂମିକାରେ କ୍ରିଷ ପଟ୍ଟନାୟକ, ସୀତା ଅଭିଲିପ୍‌ସା ସାମନ୍ତରାୟ, ଲକ୍ଷ୍ମଣ ଶୁଭମ ଦାସ, ହନୁମାନ ଓଁ ଜଳଦେଵ ବାଘ, ଭରତ ବାପୁନ ସାହୁ, ଶତ୍ରୁଘନ ରାଜେନ୍ଦ୍ର ନାୟକ ପ୍ରମୁଖ ଭୂମିକା ନେଇଛନ୍ତି। ସୋମବାର ବୁଟୁପାଲି ଠାରେ ସୀତା ବିବାହ ଅନୁଷ୍ଠିତ ହେବ ବୋଲି ନାଟ୍ୟ ସଂସଦ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧିତ ଖବର