ବୌଦ୍ଧ/ଘଣ୍ଟାପଡା : ନିଶା ମଣିଷକୁ ଅମଣିଷ କରେ। ମଦ ନିଶାରେ ମାତାଲ ସ୍ୱାମୀ ତାର ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରିହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ସରଗିପାଲି ଗାଁରେ। ଗତ ୨୩ତାରିଖ ରାତି ଏହି ଗାଁର ଶାନ୍ତୁନୁ ପୋଢ(୨୬) ମଦ ନିଶାରେ ଚୁର ହୋଇ ଘରକୁ ଫେରି ସ୍ତ୍ରୀ ସରୋଜୀନି ବାଘ(୨୨)ଙ୍କୁ ମାଡ଼ ମାରିଥିଲା। ଗର୍ଭବତୀ ଥିବା ସରୋଜୀନିର ପେଟରେ ଏକ ଶକ୍ତ ଗୋଇଠା ମାଡ଼ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ପିତା ବୈଶାଖୁ ବାଘ ଘଟଣା ସଂପର୍କରେ କଣ୍ଟାମାଲ ଥାନାକୁ ଜଣାଇବା ପରେ ପୁଲିସ୍ ସରଗିପାଲି ପହଞ୍ଚି ମୃତଶରୀର ଜବତ କରିବା ସହ ଶାନ୍ତୁନୁକୁ ଗିରଫ କରିଥିଲା। ସୋମବାର ଏସଂକ୍ରାନ୍ତ ମୃତ ମହିଳାଙ୍କ ମାଆ ଚନ୍ଦ୍ରମା ବାଘ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ କେସ୍ ନଂ ୪୦/୨୦ ଏକ ମାମଲା ରୁଜୁ କରି ପୁଲିସ୍ ଦଫା ୪୮୯(ଏ)/୩୦୪-ବି/୩୦୨ ଆଇପିସିରେ ଅଭିଯୁକ୍ତ ହତ୍ୟାକାରୀ ସ୍ବାମୀକୁ କୋର୍ଟ ଚାଲାଣ କରିଥିବା ଥାନାଅଧିକାରୀ ଅଶ୍ବିନୀ ଭିତିରିଆ ସୂଚନା ଦେଇଛନ୍ତି।
ବୌଦ୍ଧ : ମଦ୍ୟପ ସ୍ୱାମୀର ଗୋଇଠା ମାଡ଼ରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2020/03/boudha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)