ବେଆଇନ୍‌ ଭାବେ ଘରେ ଖାନତଲାସ ଓ ନିର୍ଯାତନା ଅଭିଯୋଗ:ଅବକାରୀ ଏସ୍‌ପିଙ୍କ ନାଁ’ରେ ମାମଲା

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାଣୀଭୂଷଣ ଅନ୍ତର୍ଗତ ବାହାଲି ଓ ତିଲକୁପ ଗ୍ରାମରେ ହରିହର ସିଂ ଓ ମୋହନ କହଁରଙ୍କ ଘରେ ଚଢ଼ଉ ଆଳରେ ଅବକାରୀମାନେ ମାଡ଼ଧର କରିବା ଓ ଆସବାବପତ୍ର ଫିଙ୍ଗା ଫୋପଡ଼ା କରିଥିଲେ। ଏ ନେଇ ଅବକାାରୀ ଆରକ୍ଷୀ ଅଧୀକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତ ୪ ତାରିଖ ସଂଧ୍ୟାରେ ହରିହର ଓ ମୋହନଙ୍କ ଘରେରେ ଅବକାରୀ ଆରକ୍ଷୀ ଅଧୀକ୍ଷକ ଶାନ୍ତନୁ ନାୟକ, ଏଏସ୍‌ଆଇ ବ୍ରହ୍ମାନନ୍ଦ ଭୋଇ, କନେଷ୍ଟବଳ ଜୟନ୍ତ ପ୍ରଧାନ ତଲାସୀ କରିଥିଲେ। ମାତ୍ର କୌଣସି ଆପତ୍ତି ଜନକ ପଦାର୍ଥ ପାଇନଥିଲେ। ଫଳରେ ସେମାନେ ଉଭୟଙ୍କୁ ମାଡ଼ ମାରିବା ସହ ଆସବାବପତ୍ର ପିଙ୍ଗା ଫୋପଡ଼ା କରିଥିଲେ। ଫଳରେ ଉଭୟେ ଅବକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଭାରତୀୟ ପିଙ୍ଗଳ କୋର୍ଡ , ଓଡିଶା ଅବକାରୀ ଆଇନ ଓ ତହସିଲଭୁକ୍ତ ଜାତି ଓ ଉପଜାତିଙ୍କୁ ଅତ୍ୟାଚାର ନିରାକରଣ ଆଇନର ବିଭିନ୍ନ ଦଫାରେ ମଙ୍ଗଳବାର ମାନ୍ୟବର ଜିଲ୍ଲାଜଜ ତଥା ସ୍ୱତନ୍ତ୍ରଜଜଙ୍କ ଅଦାଲତରେ ସ୍ୱତନ୍ତ୍ର ଭାବରେ ୧ ସିସି ନମ୍ବର ୩/୨୦୧୮ ଓ ୧ସିସି ନମ୍ବର ୪/୨୦୧୮ ଦୁଇଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର