ନଦୀରୁ ମୁମୂର୍ଷୁ ମହିଳା ଉଦ୍ଧାର

ପଲଶାଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଲୋକାପଡ଼ା ତେଲନଦୀ ଶଯ୍ୟାର ଏକ ପଥର ଉପରେ ପଡ଼ି ରହିଥିବା ଜଣେ ଅଜଣା ମହିଳାଙ୍କୁ କଣ୍ଟାମାଳ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଆଜକୁ ତିନିଦିନ ହେବ ତେଲନଦୀ ମଝିରେ ଏକ ପଥର ଉପରେ ମହିଳା ଜଣକ ଶୋଇଥିବା ଅବସ୍ଥାରେ ଲୋକାପଡ଼ା ଅଞ୍ଚଳର ଲୋକେ ଦେଖୁଥିଲେ। ତିନିଦିନ ପରେ ମଧ୍ୟ ମହିଳା ଜଣକ ନଦୀ ମଝିରେ ଥିବାରୁ ବୁଧବାର ଲୋକାପଡ଼ାର ଜଣେ ବ୍ୟକ୍ତି କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳକୁ ଯାଇ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିବା ଜଣା ପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳନଥିବା ବେଳେ ସେ ଅଣ ଓଡ଼ିଆ ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର