କଣ୍ଟାମାଳ: ବୌଦ୍ଧ ବନଖଣ୍ଡ କଣ୍ଟାମାଳ ଫରେଷ୍ଟ ରେଞ୍ଜ ବୌଦ୍ଧ-ଫୁଲବାଣୀ ସୀମାନ୍ତର ମାତାକୁପା ରିଜର୍ଭ କମ୍ପାର୍ଟମେଣ୍ଟ ଅଞ୍ଚଳରୁ ଜଙ୍ଗଲ ବିଭାଗ ଦ୍ୱାରା ୨ ଖଣ୍ଡ ହାତୀ ଦାନ୍ତ ଉଦ୍ଧାର କରାଯାଇଛି। ଏଥିରେ ସଂପୃକ୍ତ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସୂତାନୀ ଗାଁର ସୁନାଭ ବଘାର(୩୫) ଓ ଏଲୋ କହଁର(୨୫)ଙ୍କୁ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ସକାଳ ୬ଟାରେ କଣ୍ଟାମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବୌଦ୍ଧ-ଫୁଲବାଣି ସୀମାନ୍ତରେ ମାତାକୁପା ରିଜର୍ଭ କମ୍ପାର୍ଟମେଣ୍ଟ ଅଞ୍ଚଳରେ ଜଙ୍ଗଲ ବିଭାଗର ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ପଡୋଶୀ କନ୍ଧମାଳ ଜିଲ୍ଲାରୁ ମାତାକୁପା ଘାଟି ପଟୁ କଣ୍ଟାମାଳ ପଟକୁ ସୁନାଭ ଓ ଏଲୋ ୨ଟି ହାତୀଦାନ୍ତ ଧରି ଆସୁଥିବା ବେଳେ ବନ କର୍ମଚାରୀମାନେ ଧରିଥିଲେ। ଉଭୟ ହାତୀ ଦାନ୍ତର ଓଜନ ଯଥାକ୍ରମେ ୩. ୦୫୦କେଜି ଓ ୨.୮୫୦ କେଜି। ଏହି ଦାନ୍ତ ୨ଟିର ବଜାର ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ ବୋଲି କଣ୍ଟାମାଳ ରେଞ୍ଜର ରବିନାରାୟଣ ସାହୁ ପ୍ରକାଶ କରିଛନ୍ତି। ଏହି ଚଢ଼ଉରେ ବୌଦ୍ଧ ଏସିଏଫ୍ ସୁଶୀଳ ତ୍ରିପାଠୀ, ମନମୁଣ୍ଡା ରେଞ୍ଜ ଅଧିକାରୀ ସରୋଜ ମିଶ୍ର, କଣ୍ଟାମାଳ ରେଞ୍ଜ ଅଧିକାରୀ ରବିନାରାୟଣ ସାହୁ, କଣ୍ଟାମାଳ ରେଞ୍ଜ ବନବିଭାଗର ଅଧିକାରୀ, ଏପିଆର୍ ଷ୍ଟାଫ୍, କଣ୍ଟାମାଳ ରେଂଜ ଫରେଷ୍ଟ ଗାର୍ଡମାନେ ସାମିଲ ଥିଲେ। ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।