ବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

କନକତୋରା: ରେଂଗାଲି ଥାନା ସାହାସବଗା ଗାଁରେ ଗତ ୨୪ ତାରିଖ ଜଣେ ବାଳିକାକୁ ଟେକି ନେଇ ନିକଟ ଏକ ଖଳାରେ ଦୁଷ୍କର୍ମ କରିିଥିବା ଅଭିଯୋଗରେ ଗୁରୁବାର ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୋହନ କିଷାନକୁ ଗିରଫ କରିଛି। ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଥାନା ଏଏସଆଇ ସୂଚନା ଦେଇଛନ୍ତି। ଜଣେ ୧୩ ବର୍ଷିଆ ବାଳିକାର ମୁହଁକୁ ଏକ କପଡ଼ାରେ ଘୋଡ଼ାଇ ଅଭିଯୁକ୍ତ ଯୁବକ ଜଣ ଘଟଣା ଦିନ ଟେକି ନେଇଥିଲା। ପରେ ଏ କଥା ନାବାଳିକା ଜଣକ ପରିବାରକୁ ଜଣାଇଲା ପରେ ଗୁରୁବାର ଅପରାହ୍‌ଣରେ ଏକ ଏତଲା ଦିଆଯାଇଥିଲା। ପୁଲିସ୍‌ ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର