ଆସୁନି କେନାଲ ପାଣି, ଚାଷୀ ହତାଶ

ଉଲୁଣ୍ଡା: ଉଲୁଣ୍ଡl ବ୍ଲକ ରକସl ପଞ୍ଚଯାତ ହିଙ୍ଗମା ଗ୍ରାମର ଶାଖା କେନାଲକୁ ହରିହର ଯୋର କେନାଲରୁ ପାଣି ଆସୁ ନାହିଁ ବୋଲି ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ପଦ‌େକ୍ଷପ ‌ନେବାକୁ କେନାଲ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନି‌େର୍ଦଶ ଦେଇଥିଲେ। ପାଣି ଆସୁ ନଥିବାରୁ ୯୦ ଏକର ଜମିରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ହେଉଛି; ‌େହଲେ ସମାଧାନ କରାଯାଉ ନାହିଁ ବୋଲି ଚାଷୀ ରଂଜିତ ପାଢ଼ୀ, ସୌମିତ୍ରୀ ପାଢ଼ୀ, ପ୍ରଦୀପ ପାଢ଼ୀ, ମେଘୁ ପାଢ଼ୀ, ହରିହର ପାଢ଼ୀ, ଜ୍ୟୋତି ଅମାତ ପ୍ରମୁଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର