ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ: ୪୦ ଡିଗ୍ରି ଉପରେ ୩୨ ସହର, ୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ

ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୩୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩ ଡିଗ୍ରି ଉପରେ ୧୦ଟି ସହର ଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି‌ ରେକର୍ଡ ହୋଇଛି। ସେହିପରି ବାରିପଦାରେ ପାରା ୪୪.୨ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ ଶିକ୍ଷକଙ୍କୁୁ ବଦଳି!

କଣ୍ଟାମାଳ : ରାଜନୈତିକ ସମ୍ପୃକ୍ତି ଅଭିିଯୋଗରେ ଵୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମନମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଳକା ପ୍ରଧାନଙ୍କ ସ୍ବାମୀ ତଥା ନୂଆପାଲି ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା…
ଅଧିକ ଖବର ଦେଖନ୍ତୁ...

ଘାଟିରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ହରଭଙ୍ଗା: ବୌଦ୍ଧ ଓ ଫୁଲବାଣୀ ସୀମାନ୍ତ ରାଣୀ ପଥର ଉପର ଘାଟିରେ ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଡ୍ରାଇଭର ସମେତ କିଛି ଲୋକ ଗୁରୁତର ହୋଇଥିବା ସୂଚନା ରହିଛି। ୨୦ରୁ ଉର୍ଦ୍ଧ୍ବ ବସ୍ ଯାତ୍ରୀ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଚାରିଶମ୍ଭୁ ପୀଠରୁ ବାବା ପଶ୍ଚିମେଶ୍ୱର ଚୈତ୍ର ଦଣ୍ଡଯାତ୍ରା ଉଦ୍‌ଯାପିତ, ଠାକୁରଙ୍କ ମନ୍ଦିର ପ୍ରବେଶ 

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଐତିହାସିକ ଗନ୍ଧରାଢ଼ୀ (ଚାରିଶମ୍ଭୁ)ପୀଠରୁ ଗତ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ଚୈତ୍ର ଦଣ୍ଡଯାତ୍ରା ରବିବାର ଉଦଯାପିତ ହୋଇଯାଇଛି। ସିଦ୍ଧେଶ୍ୱର, ଯାଗେଶ୍ୱର, ପଶ୍ଚିମ ସୋମନାଥ, କପିଳେଶ୍ୱର, ଭଦ୍ରକାଳୀ, ଶ୍ୟାମାକାଳୀଙ୍କ ସହ ବିଭିନ୍ନ ଦେବା ଦେବୀଙ୍କୁ ଠାରେ…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ଶିକ୍ଷୟିତ୍ରୀ ନିଲମ୍ବିତ

ବୌଦ୍ଧ: ନିର୍ବାଚନ ପାଇଁ ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀ ନିଲମ୍ୱିତ ହୋଇଥିବା ଜଣାପଡିଛି। ସେ ହେଲେ ଦାହିୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ। ସୂଚନା ମୁତାବକ, ଶିକ୍ଷୟିତ୍ରୀଜଣଙ୍କ ଏକ ରାଜନୈତିକ ଦଳର…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଜିଲ୍ଲା ସୀମାନ୍ତ ଚେକ୍‌ପୋଷ୍ଟ

ହରଭଙ୍ଗା: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ପୁଲିସ ପକ୍ଷରୁ ବୌଦ୍ଧ ଜିଲ୍ଲାର ୩ଟି ଜିଲ୍ଲା ସୀମାନ୍ତ ଚେକ୍‌ପୋଷ୍ଟ ଖୋଲାଯାଇଛି। ଖୋର୍ଦ୍ଧା–ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାଧପୁର, ଚାରିଛକସ୍ଥିତ ବନ ବିଶ୍ରାମଗାର ଏବଂ ଚାରିଛକ ଫୁଲବାଣୀ ରାସ୍ତାର…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା: ବାଇକ ଆରୋହୀ ମୃତ, ଆଉ ଜଣେ ଗୁରୁତର

କଣ୍ଟାମାଳ: ମଙ୍ଗଳବାର ସକାଳ ୮ଟା ସମୟରେ କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ମା’ଙ୍କୁ ଡାକ୍ତରଖାନାକୁ ଆଣୁଥିଲେ ପୁଅ: ବ୍ରିଜ ଉପରେ ବୃଦ୍ଧାଙ୍କୁ ଡାକିନେଲା ଯମ

ବୌଦ୍ଧ: କିଆକଟା ମହାନଦୀ ବ୍ରିଜ ଉପରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍। ବାଇକ୍ ରେ ଥିବା ମା ଓ ପୁଅ ଗୁରୁତର ଅବସ୍ଥାରେ ବୌଦ୍ଧ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ମା ଗୁରୁବାରୀ ପ୍ରଧାନ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ମୃତ୍ୟୁବରଣ କରିଥିବାର ବେଳେ ପୁଅ ସୁଜିତ୍ ପ୍ରଧାନ ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

କଖାରୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଅଜଣା ଗାଡ଼ି: ଡ୍ରାଇଭରଙ୍କ ସହ ୩ ନାବାଳକ ପୁଅ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫୭ନମ୍ବର ଜାତୀୟ ରାଜପଥ ଉପରେ ଆଜି ଭୋର ସମୟରେ କଖାରୁ ବୋଝେଇ ଟ୍ରକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଏଥିରେ ଟ୍ରକ ଡ୍ରାଇଭରଙ୍କ ସହ ସେଥିରେ ବସିଥିବା ତାଙ୍କର ୩…
ଅଧିକ ଖବର ଦେଖନ୍ତୁ...

ହରଭଙ୍ଗାରୁ ଧରାପଡ଼ିଲେ ଆଉଜଣେ ନକଲି ଶିକ୍ଷୟତ୍ରୀ; ଜାଲ୍‌ ଓଟିଇଟି ସାଟିର୍ଫିକେଟ ଦେଇ କରୁଥିଲେ ଚାକିରି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ରୁ ଆଉଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି। ଜାଲ୍‌ ଓଟିଇଟି ସାର୍ଟିଫିକେଟ ବଳରେ ସେ ଚାକିରି ହାତେଇଥିବା ଜଣାପଡ଼ିବା ପରେ ବ୍ଲକ ଶିକ୍ଷାଧିକାରୀ ଅଜୟ ଲୁହା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ପୁରୁଣାକଟକ ଥାନାରେ ଏତଲା ଦେଇଛନ୍ତି। ସୂଚନା…
ଅଧିକ ଖବର ଦେଖନ୍ତୁ...