ରାସନକାର୍ଡ ବଣ୍ଟନ ପ୍ରହସନ, ପଞ୍ଚାୟତ ଘେରିଲେ ହିତାଧିକାରୀ

ଖଡିଆଳ,: ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ସୀମାରେଖା ତଳେ ଥିବା ପରିବାରକୁ ରାସନକାର୍ଡ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ହେଲେ ଏହି ଯୋଜନା ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସରଧାପୁର ଗ୍ରାମ ପଞ୍ଚାୟତରେ ପ୍ରହସନ ହୋଇଥିବା ଅଭିଯୋଗ ହୋଇଛି। ଯୋଗ୍ୟ ହିତାଧିକାରୀମାନେ ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅପରପକ୍ଷେ, ଧନୀ ଶ୍ରେଣୀର ଲୋକମାନେ ରାସନକାର୍ଡ ହାତେଇଥିବା ବେଳେ ମୃତବ୍ୟକ୍ତିଙ୍କ ନାମରେ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଣ କରି ହଡ଼ପ କରିଆସୁଥିବା ସଂଗିନ ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ ଜଣାଇ ହିତାଧିକାରୀମାନେ ସରଧାପୁର ଗ୍ରାମ ପ˚ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ଅନିୟମିତତା ସଂପର୍କରେ ହିତାଧିକାରୀ ସୁନାଧର ତାଣ୍ଡି, କବିତା ଶଗରିଆ, ଶ୍ରୀବତ୍ସ ଶଗରିଆ ପ୍ରମୁଖ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏନେଇ ହିତାଧିକାରୀମାନେ ସ୍ଥାନୀୟ ସରପ˚ଚଠାରୁ ଆରମ୍ଭ କରି ଖଡିଆଳ ବିଡିଓଙ୍କ ପର୍ଯ୍ୟନ୍ତ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କୌଣସି ପଦ‌େକ୍ଷପ ନନେବାରୁ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ସରଧାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଠାକୁର ବାଗଙ୍କୁ ଯୋଗାଯୋଗ କରାଯିବାରୁ ମୃତବ୍ୟକ୍ତିଙ୍କ ନାଁରେ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଣ କରି ହଡ଼ପ କରିଆସୁଥିବା କଥାକୁ ଅସ୍ବୀକାର କରିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ ଶୀଘ୍ର ନୂତନ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର