ଯୁବକଙ୍କୁ ସ୍ୱାବଲମ୍ବୀ କରାଗଲେ ଦେଶର ବିକାଶ ହେବ

ବୌଦ୍ଧ: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଶାନ୍ତିକୁଞ୍ଜ ହରିଦ୍ୱାରଠାରୁ ବାହାରିଥିବା ଯୁବ କ୍ରାନ୍ତି ରଥ ଭାରତ ଯାତ୍ରା ବୌଦ୍ଧ ଜିଲ୍ଲାରେ ପହଞ୍ଚିଛି। ଏ ଅବସରରେ ରଥ ପଡ଼ିଆରେ ଆୟୋଜିତ ସଭାରେ ଏନ୍‌ଏସି ଏନ୍‌ଏସିର ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟୋଲି ନାୟକ ମୋନରାମ ସାହୁ କ୍ରାନ୍ତିରଥର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଯୁବକମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ କହିଥିଲେ। ଶାନ୍ତିକୁଞ୍ଜର ଖୁଦିରାମ ଶର୍ମା, ଚନ୍ଦ୍ରଶେଖରଜୀ, ପ୍ରଦୀପ ସାହୁ, ସୂର୍ଯ୍ୟପ୍ରସାଦ ଶତପଥୀ, ଚିନ୍ତାମଣି ଗୌଡ ପ୍ରମୁଖ ଉପସ୍ଥିତ ଥିଲେ। ସୂର୍ଯ୍ୟକାନ୍ତ ଦଳବେହେରା, ଦେବାଶିଷ ପୁରୋହିତ, ପ୍ରବିର ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର