କାଳବୈଶାଖୀରେ ବ୍ୟାପକ କ୍ଷତି

ତରଭା: ଗତ ୨୨ ତାରିଖ ସନ୍ଧ୍ୟାରେ ତରଭା ବ୍ଲକ୍‌ ତୁଲୁଣ୍ଡା ପଞ୍ଚାୟତ କୁଟସିରା ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁଟସିରା ହରିଜନପଡ଼ା ଲକ୍ଷପତି ହରିପାଲଙ୍କ ଗୁହାଳ ଉପରେ ବିରାଟ ଗଛ ପଡ଼ି ଯିବାରୁ ସେଠାରେ ବନ୍ଧା ହୋଇଥିବା ଏକ ଗାଈର ମୃତ୍ୟୁ ଘଟିଛି। ଗାଈକୁ ରକ୍ଷା କରିବାକୁ ଯାଇ ଗଛ ଡାଳ ପଡିଯିବାରୁ ଲକ୍ଷପତିଙ୍କ ବାମ ହାତ ଭାଙ୍ଗି ଯାଇଛି। ଝଡ଼ ଯୋଗୁଁ ଏକ ବିପିଏଲ୍‌ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଉପୁଡ଼ି ପଡିବା ସହ ଷ୍ଟ୍ରିଟ ଲାଇଟ ମଧ୍ୟ ଭାଙ୍ଗି ଯାଇଛି। ପବନ ଯୋଗୁ ବହୁ ଘରର ଚାଳ ଛପର ଉଡ଼ି ଯାଇଛି। ଅନ୍ୟପକ୍ଷେ ପୂର୍ବ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧିତ ଖବର