ସୁଜିତ ହତ୍ୟାକାଣ୍ଡ, ପୁଣି ଜଣେ ଗିରଫ

ମନମୁଣ୍ଡା: ଗତ ଡିସେମ୍ବର ୪ ତାରିଖ ଅପରାହ୍ନ ସାଢେ ୪ଟା ସମୟରେ ମନମୁଣ୍ଡା ଥାନା କୁରୁମୁଣ୍ଡା-ଶଗଡ଼ା ରାସ୍ତାର ଚୁନଭାଟି ପାଖରେ ସଂଘବଦ୍ଧ ଆକ୍ରମଣରେ ସୁଜିତ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୋଟ ୮ ଜଣ ସାମିଲ ଥିଲେ ବୋଲି ମୃତ ସୁଜିତଙ୍କ ଭାଇ ପ୍ରବୀଣ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ହେଲ ଗତ ୨୧ ତାରିଖ ଦିନ ସୁଜିତଙ୍କ ସ୍ତ୍ରୀ, ମା’ ଓ ବାପା ଅଗସ୍ତି ପ୍ରଧାନ ବୌଦ୍ଧ ଏସ୍‌ପି ପାଖକୁ ଯାଇ ତାଙ୍କ ବଡ଼ ପୁଅ କୁରୁପତି ଓ ତା’ର ଦୁଇ ସହଯୋଗୀ ପିଣ୍ଟୁ ପ୍ରଧାନ ଓ ବିଶି ସାହୁ ସୁଜିତକୁ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ। ଫଳରେ ଏହି ହତ୍ୟାକାଣ୍ଡରେ ୧୧ ଜଣ ସାମିଲ ଥିବା ଜଣାଯାଇଥିଲା। ପୁଲିସ ମଙ୍ଗଳବାର କଅଁରପଡ଼ାର ସୁବାସ କର୍ମୀ(୨୫) ଗିରଫ କରିଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ୯ ଜଣଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ। ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି ମନମୁଣ୍ଡା ଆଇଆଇସି ଉମାକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର