ପୁରୁଣାକଟକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଏସ୍ବିଆ ଏଟିଏମ୍ରୁ ଚିରା, ଫଟା କାଗଜ ଲଗା ଓ ଜରିଲଗା ନୋଟ୍ ବାହାରିବା ଘଟଣା ଲୋକଲୋଚନକୁ ଆସିଛି। ପୁରୁଣାକଟକର ଧଳପୁର ଛକ ଠାରେ ଥିବା ଏସ୍ବିଆଇ ଏଟିଏମ୍ରୁ ସୋମବାର ଜିରାଡ଼ ଗ୍ରାମର ସାନୁଜ ପ୍ରଧାନ ଟଙ୍କା ଉଠାଇଥିଲେ। ସେ ଦୁଇଥରରେ ମୋଟ୍ ୩୦ ହଜାର ଟଙ୍କା ଉଠାଇ ଥିଲେ। ମାତ୍ର ସେ ଟଙ୍କା ଗଣିବା ସମୟରେ ୧୫ ଟି ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ୭ଟି ନୋଟ୍ ଫଟା ଥାଇ ସେଥିରେ ଜରି ଓ କଗଜ ଲଗାଯାଇଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ସମ୍ପୃକ୍ତ ଏଟିଏମ୍ ସମେତ ଆଖପାଖରେ ଥିବା ଲୋକଙ୍କୁ ଡାକି ଦେଖାଇଥିଲେ। ପରେ ସ୍ଥାନୀୟ ପୁରୁଣାକଟକ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ସାକ୍ଷାତ କରି ଏହି ନୋଟ୍କୁ ବଦଳାଇବା ପାଇଁ ଅନୁରୋଧ କରିଥିଲେ। ମାତ୍ର ନୋଟ ବଦଳାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ମନା କରିବାରୁ ସେଠାରେ ସେ ଫୋନ୍ ଯୋଗେ ଫୁଲବାଣୀ ସ୍ଥିତ ରିଜିଓନାଲ ମ୍ୟାନେଜରଙ୍କୁ ଜଣାଇବା ପରେ ସେ ଶାଖା ପରିଚାଳକଙ୍କ ସହିତ ଆଲୋଚନା ଓ ବିଚାର ବିମର୍ଷ କରି ଟଙ୍କା ବଦଳ କରିବାକୁ ରାଜି ହୋଇ ଟଙ୍କା ଫେରସ୍ତ କରିଥିଲେ।
ଏଟିଏମ୍ରୁ ବାହାରୁଛି ଚିରାଫଟା ନୋଟ୍
/sambad/media/post_attachments/wp-content/uploads/2018/05/baudh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)