ଗଛରେ ଚାପି ହୋଇ ଟ୍ରାକ୍ଟର ଚାଳକ ମୃତ

ଡୁଙ୍ଗୁରିପାଲି/ଶୁଖା: ଡୁଙ୍ଗୁରିପାଲି ଥାନା ଶୁଖା ଗ୍ରାମରେ ବୁଧବାର ଏକ ଗଛରେ ଚାପି ହୋଇ ଜଣେ ଟ୍ରାକ୍ଟର ଚାଳକ ମକାରୁ ଖାଡ଼ିଆ(୪୦ଙ୍କ ମୃତ୍ୟୁ ହୋଇଯାଇଛି। ଶୁଖା ଗ୍ରାମର ଏକ ଇଟାଭାଟି ପାଇଁ ବିଲରେ ଗଛ କଟାଯାଇଥିଲା। ଏହି ଗଛକୁ ଏକ ଟ୍ରାକ୍ଟରେ ଆଣିବା ପାଇଁ ମକାରୁ ଟ୍ରାକ୍ଟର ନେଇ ଯାଇଥିଲେ। ଟ୍ରାକ୍ଟରରେ ଗଛ ଲୋଡ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କ ଦେହରେ ଚାପି ହୋଇଯାଇଥିଲା। ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଏସ୍‌ଆଇ ରଘୁମଣି ମିର୍ଦ୍ଧା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର