ମଦ ଜବତ:ମହିଳାଙ୍କ ସମେତ ୬ ଗିରଫ

ବୌଦ୍ଧ/ଚାରିଛକ,: ବୌଦ୍ଧ ଅବକାରୀ ବିଭାଗ ଓ ବ୍ରହ୍ମପୁର ଅବକାରୀ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଗୁରୁବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମଦ ଜବତ କରାଯିବା ସହ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଚାରିଛକର ଚନ୍ଦନ ସାହୁ(୨୬), ସାତମାଇଲର ସୀମାଞ୍ଚଳ ସାହୁ(୩୨), କରଂଜକଟାର ଅବନ୍ତି ବେହେରା(୩୨), ବାମଣ୍ଡାର ଇନ୍ଦ୍ରଜିତ ବେହେରା(୪୩), ସୁବାସ ବେହେରା(୪୩), ବାସୁଦେବପୁରର କୈଳାସ ପ୍ରଧାନ(୪୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବୌଦ୍ଧ ଅବକାରୀ ଇନସ୍ପେକ୍ଟର ବିଜୟ ଧାରୁଆ, ବ୍ରହ୍ମପୁର ସ୍ପେଶାଲ ସ୍କ୍ବାର୍ଡର ଇନସ୍ପେକ୍ଟର ବୀରେନ ବେହେରା, ହରଭଙ୍ଗା ଅବକାରୀ ଓଆଇସି କୃଷ୍ଣଚନ୍ଦ୍ର ଏବଂ ମନମୁଣ୍ଡା ଓଆଇସି ରମେଶ ମହାନ୍ତିଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା।

ସମ୍ବନ୍ଧିତ ଖବର