ମଦ ଜବତ, ୨ ଅଟକ, ୨ ଗିରଫ

ସିନ୍ଧେକେଲା,: ସିନ୍ଧେକେଲା ଥାନା ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ ପାଟ୍ରୋଲିଂ କରୁଥିବା ବେଳେ ଭୁସଲାଡ ଠାରେ ବିଦେଶୀ ମଦ ଚାଲାଣ କରୁଥିବା ଝଳପ ଗ୍ରାମର  ସତ୍ୟବାନଙ୍କଠାରୁ ୭୫ଟି ବିଦେଶୀ ମଦ ବୋତଲ ଜବତ କରିଛି। ପୁଲିସ ତାଙ୍କୁ ଅଟକ ରଖିଛି। ଫ୍ଲାଇଂ ସ୍କ୍ବାଡରେ ମାଜିଷ୍ଟ୍ରେଟ ଦାୟିତ୍ବରେ ନରେଶ ବେହେରା ଥିବା ବେଳେ ଏଏସଆଇ କାର୍ତ୍ତିକ ନାଗ, ରିଙ୍କୁ ସାହୁ ପ୍ରମୁଖ ଥିଲେ। ସେହିପରି ଅଳଣ୍ଡା ପଞ୍ଚାୟତରେ ଦେଶୀ ମଦ ଚାଲାଣ ବେଳେ ଏସଏଚଜି ମହିଳାମାନେ ଚଢ଼ଉ କରି ସୁଶାନ୍ତ ରଣାଙ୍କଠାରୁ ୩୫ଟି ଦେଶୀ ପାଉଚ ଜବତ କରିବା ସହ ତାଙ୍କୁ ଧରି ପୁଲିସକୁ ସୂଚନା ଦେଇଥିଲେ। ସୁଶାନ୍ତକୁ ସିନ୍ଧେକେଲା ପୁଲିସ ଅଟକ ରଖିଥିବା ଥାନାଧିକାରୀ ରଞ୍ଜନ ବରିହା ସୂଚନା ଦେଇଛନ୍ତି।
ଡୁଡୁକା: ଦେଶୀ ମଦ ବିକ୍ରି ଅଭିଯୋଗରେ ଲୋଇସିଂହା ଅବକାରୀ ବିଭାଗ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗାଁର ମକରଧ୍ବଜ ଦୋରା ଓ ନନ୍ଦଲାଲ ଦୋରା। ସେମାନଙ୍କଠାରୁ ୧୧ଲିଟର ପାଉଚ ମଦ ଜବତ ହୋଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର