ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

0 52

ବୌଦ୍ଧ/ଚାରିଛକ: ହରଭଙ୍ଗା ଥାନା ତିଲିଚାପଦର ଗ୍ରାମରେ ଗୁରୁବାର ରାତିରେ ବିଦ୍ୟୁତ୍‌ ତାରରେ ଲାଗି ସତ୍ୟବାନ କର୍ମୀ (୩୫)ଙ୍କ ମୃତ୍ୟୁ ହୋଇଛି। ସତ୍ୟବାନ ମୋବାଇଲ ଚାର୍ଜ ବସାଇବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍‌ ତାରରେ ଲାଗି ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ପୁରୁଣାକଟକ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ସତ୍ୟବାନଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ୩ ପୁଅଝିଅ ଅସହାୟ ହୋଇପଡ଼ିଛନ୍ତି। ସତ୍ୟବାନଙ୍କ ସ୍ତ୍ରୀ ଏବେ ପୁଣି ୬ ମାସର ଗର୍ଭବତୀ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଛତ୍ରଙ୍ଗ ସରପଞ୍ଚ ସୁଶିଲ ପ୍ରଧାନ ପରିବାରଲୋକଙ୍କୁ ଭେଟି ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି।

ଏ ନେଇ ହରଭଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶୁକ୍ରବାର ମୃତଦେହକୁ  ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସତ୍ୟ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ ଓ ତାଙ୍କ ସାନ ଭାଇ ଛୋଟ ବେଳୁ ମା’ ବାପାଙ୍କୁ ହରାଇଥିଲେ। ସାନ ଭାଇ ଏବେ ବାହାର ରାଜ୍ୟକୁ ଦାଦନ ଯାଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ଏହି ଅସହାୟ ପରିବାରକୁ ଥଇଥାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.