କୋରାପୁଟ: କୋଡିଙ୍ଗାମାଳି ବକ୍ସାଇଟ୍‌ ଖନନକୁ ନେଇ ତୀବ୍ର ବିରୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର କୋଡିଙ୍ଗାମାଳିର ପାହାଡରୁ ଗତ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ବକ୍ସାଇଟ୍‌ ଖନନ କରାଯାଇ ବେଦାନ୍ତ କଂପାାନିକୁ ଦିଆଯାଉଛିା ବକ୍ସାଇଟ ପରିବହନ ସକାଶେ କୋରାପୁଟ ଜିଲ୍ଲାର କାକିରିଗୁମା ଓ ରାୟଗଡା ରେଳ ଷ୍ଟେଷନରେ ବକ୍ସାଇଟ ଡମ୍ପିୟାର୍ଡ କରାଯାଇ ଟ୍ରେନ ଯୋଗେ ବେଦାନ୍ତ କଂପାନିକୁ ବକ୍ସାଇଟ୍‌ ଯାଉଥିବା ବେଳେ ଏଥି ପୁର୍ବରୁ ଓଏମସି ଜରିଆରେ ପଲ୍ଲିସଭା କରାଯାଇ ସାଧାରଣ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା। ବର୍ତ୍ତମାନ ଖଣିଖନନ ୨ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ସିଏସଆର୍‌ ଫଣ୍ଡ ଗୁଡିକ ଯାଉଛି କୁଆଡେ, ପାରିପାର୍ଶ୍ୱିକ ଅଞ୍ଚଳର ଲୋକେ କଣ ସୁବିଧା ପାଇଲେ, ଖଣି ଖନନ ଦ୍ୱାରା ଅଞ୍ଚଳର ଚାଷୀ ପ୍ରଭାବିତ ହେଲେ କିନ୍ତୁୁ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଭତ୍ତା ଦେଇ ଅଞ୍ଚଳର ଖଣି ନେଇ ଶାସକ ଦଳର କିଛି ନେତା ମାଲାମାଲ୍‌ ହେଉଥିବା ବେଳେ ବାକି ସବୁ କାଙ୍ଗାଳ ବୋଲି ପୁର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ପ୍ରକାଶ କରିବା ସହ ତାଙ୍କ ଅଧ୍ୟକ୍ଷତାରେ କୋଡିଙ୍ଗା ମାଳି ବକ୍ସାଇଟ ଖନନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲାା

କୋଡିଙ୍ଗାମାଳିରୁ ଖଣି ଖନନ ପୁର୍ବରୁ ପଲ୍ଲିସଭା କରାଯାଇ ଅଞ୍ଚଳବାସୀଙ୍କ ସକାଶେ ଅନେକ ପ୍ରତିଶୃତି ଦେଇଥିଲା ଓଏମସି କିନ୍ତୁ ଖଣି ଖନନ କରି ପ୍ରାୟ ଏକ ବର୍ଷରୁ ଅଧିକ ହେବ ଅଞ୍ଚଳର ପାରିପାର୍ଶିକ ଗ୍ରାମ ଗୁଡିକରେ ଓଏମସି ଜରିଆରେ କୌଣସି ହେଲେ ଗୋଟିଏ ଉନ୍ନୟନ୍ନ ମୂଳକ କାର୍ଯ୍ୟ କରାଯାଇନାହିାଁ ସାଧାରଣ ଲୋକେ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତିା ହାଇୱା ଟିପର ଗୁଡିକରେ ବକ୍ସାଇଟ ପରିବହନ କରାଯାଉଥିବା କାରଣରୁ ବିପଦ ସଂକୁଳ ଭାବେ ଜାତୀୟ ରାଜପଥରେ ଲୋକେ ଯିବା ଆସିବା କରୁଛନ୍ତି। ଅଞ୍ଚଳରେ ଡାକ୍ତର ଖାନା , ସ୍କୁଲ, ପାନୀୟ ଜଳ, ରାସ୍ତାଘାଟର ସୁବନ୍ଦୋବସ୍ତ କରାଯିବା ସକାଶେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏପର୍ଯ୍ୟନ୍ତ ପୂରଣ କରାଯାଇନାହିଁ। ତେଣୁ ଖଣି ଖନନ କରିବାର ଅଛି ଯଦି ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆନ୍ଦୋଳନ କରାଯିବା ବୋଲି ବୈଠକରେ ଚେତାବନୀ ଦିଆଯାଇଛିା

ସମ୍ବନ୍ଧିତ ଖବର