ଖୋର୍ଦ୍ଧା: ଚାକିରୀ ଦେବା ନାମରେ ଯୁବତୀଙ୍କୁ ଠକିଥିବା ଦଲାଲ ଗିରଫ, ୪ ଯୁବତୀ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ୪ ଜଣ ଯୁବତୀଙ୍କୁ ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ରାଉରକେଲା ନେଇଥିିବା ଜଣେ ଦଲାଲକୁ ଖୋର୍ଦ୍ଧା ପୁଲିସ ଗିରଫ କରିବା ସହିତ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବତୀମାନଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବୋଲି ପୁଲିସ କହିଛି। ଖୋର୍ଦ୍ଧା ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ରାଉରକେଲାରେ ଚଢ଼ାଉ କରି ଦଲାଲକୁ ଧରିବା ସହି ଏହି ୨୦ ବର୍ଷ ବୟସ ମଧ୍ୟରେ ଥିବା ୪ ଜଣ ଯୁବତୀମାନଙ୍କୁ ଉଦ୍ଧାର କରିଥିବା ଖୋର୍ଦ୍ଧା ଏସ୍‌ପି କହିଛନ୍ତି।


ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାଣପୁର ଅଞ୍ଚଳର ବିଦ୍ୟାଧର ପଣ୍ଡା ନାମକ ଜଣେ ବ୍ୟକ୍ତି ଏହି ଯୁବତୀମାନଙ୍କୁ ବ୍ୟାଙ୍କରେ ଚାକିରି କରାଇ ଦେବା କହି ସେମାନଙ୍କ ପରିବାର ଠାରୁ ହଜାର ହଜାର ଟଙ୍କା ଆଦାୟ କରି ସେମାନଙ୍କୁ ରାଉରକେଲା ନେଇଥିଲେ। ଯୁବତୀଙ୍କ ସହିତ ବିଦ୍ୟାଧର ରାଉରକେଲାରେ ଏକ ଲଜ୍‌ରେ ରହୁଥିବା ସମ୍ପର୍କରେ ସୂଚନା ପାଇ ରାଉରକେଲା ପୁଲିସ ଖୋର୍ଦ୍ଧା ପୁଲିସକୁ ସୂଚନା ଦେଇଥଲା। ଏହି ସୂଚନା ଆଧାରରେ ଖୋର୍ଦ୍ଧା ପୁଲିସ ରାଉକେଲାରେ ପହଞ୍ଚି ବିଦ୍ୟାଧରଙ୍କୁ ଗିରଫ କରି ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ପୁଲିସ ଆହୁରି ମଧ୍ୟ କହିଛି ଯେ ପୂର୍ବରୁ ବିଦ୍ୟାଧର ଜାଲ ପାସପୋର୍ଟ କେସରେ ମଧ୍ୟ ଗିରଫ ହୋଇଥିଲା।

ସମ୍ବନ୍ଧିତ ଖବର