ନୂଆପଡ଼ା: ନାମ ଯଜ୍ଞ ଦେଖିବାକୁ ଜିଦ୍‌ କରୁଥିବା ଭଉଣୀର ଭାଇ ଚାପୁଡାରେ ମୃତ୍ୟୁ

ଖରିଆର: ନୂଆପଡା ଜିଲ୍ଲା ଖରିଆର ବ୍ଲକ ନେହେନା ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଇର ଚାପୁଡାରେ ଭଉଣୀର ମୃତ୍ୟୁ ହୋଇଛି। ଝିଅର ମୃତ୍ୟୁ ହେବା ଜାଣି ପରିବାର ଲୋକେ କାହାରିକୁ କିଛି ନ ଜଣାଇ ଶବ ସତ୍କାର କରି ଦେଇଥିଲେ।

ସୂଚନାଯୋଗ୍ୟ, ନେହେନା ଗ୍ରାମରେ ରାମ ନବମୀ ଉପଲକ୍ଷେ ନାମ ଯଜ୍ଞ ଦେଖିବାକୁ ୧୩ ତାରିଖ ସନ୍ଧ୍ୟାରେ ଦୁର୍ବାରଞ୍ଜନ ଦଣ୍ଡସେନାଙ୍କ ୧୪ ବର୍ଷର ଝିଅ ଅଙ୍କିତା ନିଜ ବଡ ଭାଇ ମୁଚୁକୁଦ ଦଣ୍ଡସେନା ନିକଟରେ ଜିଦି କରିଲା। ବାରମ୍ବାର ଜିଦି କରିବାରୁ ବଡ଼ଭାଇ ଭଉଣୀକୁ ଏକ ଚାପୁଡ଼ା ପକାଇଥିଲା। ଏଥିରେ ଆଙ୍କିତା ଅଚେତ ହୋଇ ହୋଇପଡ଼ିଥିଲା।

ମୁଚୁକୁନ୍ଦ ଡରି ଯାଇ ଭଉଣୀକୁ ଗୋଟିଏ କୋଠରୀରେ ବନ୍ଦ କରିଦେଇଥିଲା। ଆଙ୍କିତା ମରିଯାଇଛି ବୋଲି ବଡ଼ ଭାଇ ନିଜ ପରିବାରକୁ କହି ଥିଲା । ପରିବାର ଲୋକେ ମୃତ ଅଙ୍କିତାକୁ ନଦୀକୁ ନେଇ ଶବ ସତ୍କାର କରି ଦେଇ ଥିଲେ। ଧୀରେ ଧୀରେ ଲୋକମାନେ କୁହା କୁହି ହେଲା ପରେ ସେହି ଗ୍ରାମର ଗଣେଶ ରାମ ବାଗ ଖରିଆର ଥାନାରେ ଅଭିଯୋଗ କରିଥିଲେ। ଖରିଆର ପୁଲିସ ଘଟଣାସ୍ଥଳକୁ ଯାଇ ଅଙ୍କିତାଙ୍କ ହାଡ, ପାଉଁସ ଜବତ କରି ମୃତକର ଭାଇ ମୁଚୁକୁନ୍ଦ ଦଣ୍ଡସେନା, ବାପା ଦୁର୍ବାରଞ୍ଜନ ଦଣ୍ଡସେନା, ନରେଶ ଦଣ୍ଡସେନା, ବୋଧନକର ଦଣ୍ଡସେନା, ସୁରେଶ ଦଣ୍ଡସେନାକୁ  ଗିରଫ କରିଛି । ମୁଚୁକୁନ୍ଦ ଦଣ୍ଡସେନାକୁ ପୁଲିସ କୋର୍ଟ ଚାଲାଣ କରିିଥିବା ବେଳେ ଅନ୍ୟମାନଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି।

ସମ୍ବନ୍ଧିତ ଖବର