ଭଦ୍ରକ :ସମ୍ପତ୍ତି ପାଇଁ ଭଉଣୀକୁ କାଦୁଅରେ ପୋତି ମାରିଦେବାକୁ ଉଦ୍ୟମ କରୁଥିଲା ଭାଇ, ବିଲ ମଝିରେ ଶାଶୁକୁ ବାହୁଙ୍ଗିରେ ପାହାର ପକାଇଲା ବୋହୂ

0 866

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଂଚାୟତ ମାଝି ସାହି ଗାଁର ଜଣେ ବୃଦ୍ଧା ମା’ ଓ ତାଙ୍କର ଏକ ମାତ୍ର ଭଉଣୀକୁ ବଡ଼ ଭାଇ ଓ ଭାଉଜ ବିଲ ମଧ୍ୟରେ ବାହୁଙ୍ଗୀରେ ପ୍ରହାର କରୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସଛି।

ସୂଚନାଯୋଗ୍ୟ, ଖେରଙ୍ଗ ପଂଚାୟତ ନିରାକାର ମାଝୀଙ୍କ ବଡ଼ ପୁଅ ବିବାହ ପରେ ପରେ ନିଜ ପତ୍ନୀକୁ ନେଇ ଅନ୍ୟତ୍ର ରହୁଥିବା ବେଳେ ବାପା ମା’ଙ୍କ ଭରଣ ପୋଷଣ କରିବା କିମ୍ବା କୌଣସି ଦାୟିତ୍ୱ ନେଉ ନ ଥିଲେ। ନିରାକାର ମାଝି ତାଙ୍କ ନାମରେ ଥିବା କିଛି ଜମିରେ ଭାଗ ଚାଷ ଦେଇ ଯାହା ଧାନ ମିଳେ ସେଥିରେ ୪ପ୍ରାଣୀକୁଟୁମ୍ବ ଚଳାଉଥିଲେ। ହେଲେ ଗତ ଦୁଇ ବର୍ଷ ତଳେ ନିରାକାରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନିରାକାରଙ୍କ ପତ୍ନୀ ବାଇଆଣୀ ମାଝି, ଝିଅ ରେଣୁକା ମାଝୀ (୩୦) ଓ ସାନ ପୁଅ ରାଜେନ୍ଦ୍ର ମାଝି(୩୫)ଙ୍କୁ ନେଇ ବଡ଼ କଷ୍ଟରେ ଚଳୁଥିବା ବେଳେ ଉକ୍ତ ଜମିକୁ ଭାଗ ଚାଷୀଙ୍କୁ ଦେଇ ଭାଗଧାନରେ ପରିବାରଚଳାଉଥିଲେ।

ନିରାକାରଙ୍କ ମୃତ୍ୟୁ ପରେ ବାଇଆଣୀ ମାଝୀଙ୍କ ବଡ଼ ପୁଅ ଗଜେନ୍ଦ୍ର ମାଝୀ କୈାଣସି ଦାୟିତ୍ୱ ନେଉନଥିବା ବେଳେ ଜମିକୁ ବଳପୂର୍ବକ ଦଖଲରେ ନେବା ପାଇଁ ଉଦ୍ୟମ ଚଳାଉଥିଲେ। ନିଜ ପରିବାର ଠାରୁ ଅଲଗା ରହି ଥିବା ବେଳେ ପତ୍ନୀଙ୍କ କଥାରେ ସେ ଏପରି ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। । ପୂର୍ବରୁ ବାଇଆଣୀ ମାଝୀ ଥାନାରେ ଦ୍ୱାରସ୍ଥ ହୋଇଥିବା ବେଳେ ଥାନା ବାବୁ ଏ ଦିଗରେ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ। ଆଜି ଉକ୍ତ ଜମିକୁ ଚାଷ କରିବା ପାଇଁ ଯାଇଥିବା ବେଳେ ଗଜେନ୍ଦ୍ର ମାଝି ତାଙ୍କ ପତ୍ନୀ ରୁପା ମାଝି ଜମିରେ ପହଞ୍ଚି ତାଙ୍କୁ ବାହୁଙ୍ଗିରେ ନିସ୍ତୁକ ମାଡ ମାରିଥିଲେ। ଭାଉଜ ବାହୁଙ୍ଗିରେ ପାହାର ମାରୁଥିବା ବେଳେ ଭାଇ ଗଜେନ୍ଦ୍ର ତାଙ୍କ ଭଉଣୀକୁ କାଦୁଅରେ ପୋତି ମାରିଦେବାକୁ ଉଦ୍ୟମ କରୁଥିଲେ। ଘଟଣାସ୍ଥଳରେ ଅନ୍ୟ ଚାଷୀମାନେ ପହଞ୍ଚିବାରୁ ଭାଇଭାଉଜ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.