ଅରଡ଼ବଜାରରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢ଼ାଉ, ୪୦ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ବାଲେଶ୍ୱର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଏକ ଟିମ୍‌ ଆଜି ବାଲେଶ୍ୱର ସହର ଅରଡ଼ବଜାରରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ୨ ଜଣ ବେପାରୀଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଦୁଇ ବେପାରୀଙ୍କ ନାଁ ପ୍ରକାଶ କରାଯାଇନାହିଁ।

ମିଳିଥିବା ଖବରରୁ ପ୍ରକାଶ ଯେ, ଧରାପଡ଼ିଥିବା ଦୁଇ ବେପାରୀ କୁଖ୍ୟାତ ନିଶା ମାଫିଆ ସେକ ସୟଦର ସହଯୋଗୀ। ସହୟ ମଧ୍ୟ କୁଖ୍ୟାତ ନିଶା ମାଫିଆ ଭାବେ ଗିରଫ ହୋଇ ଏବେ ଜେଲରେ ରହିଛି। ଆଜି ଦିନରେ ସମ୍ପୃକ୍ତ ଦୁଇ ଯୁବକ ଜଳେଶ୍ୱରରୁ ବ୍ରାଉନସୁଗାର କିଣି ଅରଡ଼ବଜାରକୁ ଆସି ରହିଥିଲେ।

ଆଜି ସେମାନେ ତାହା ଠିକଣା ସ୍ଥାନରେ ପହଞ୍ଚାଇଥାନ୍ତେ। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କ ଉପରେ ନଜର ରଖିଥିଲା। ସଂଧ୍ୟାରେ ସହଦେବଖୁଣ୍ଟା ମଡେଲ ଥାନା ପୁଲିିସ ଓ କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଟିମ ଅରଡ଼ବଜାରରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିବା ଜଣାଯାଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୪୦ ଲକ୍ଷ ଟଙ୍କା ଅଧିକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର