ବାଲେଶ୍ୱର: ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲୋବର: ଆଜି ସକାଳେ ବାଷଲଶ୍ୱର ଅବକରାରୀ ବିଭାଗ ବାଲେଶ୍ୱର ଜଲ୍ଲା ବସ୍ତା ଥାନା ସିଙ୍ଗଲା ଥାନା ଅନ୍ତର୍ଗତ ଆମ୍ବକୁଡ଼ୁଛି ଗ୍ରାମରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି।
ଅବକାରୀ ଇନ୍‌ସପେକ୍ଟର କରୁଣାଙ୍କର ତିଓ୍ଵାରୀଙ୍କ ଠାୁ ପ୍ରକାଶ ଯେ, ସିଙ୍ଗଲା ଥାନା ଅଞ୍ଚଳରେ ଆମ୍ବକୁଡ଼ୁଛି ଗ୍ରାମର ରବୀନ୍ଦ୍ର ରାୟ(୫୦ ବର୍ଷ) ନାମକ ଜଣେ ଯୁବକ ଦୀର୍ଘ ଦିନ ହେବ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଅବକାରୀ ବିଭାଗ ପାଖରେ ଖବର ଥିଲା। ମାତ୍ର ସବୁ ଥର ଶ୍ରୀ ରାୟ ଖସି ଯାଉଥିଲେ। ତେବେ ଆଜି ଭୋରରୁ ଅବକାରୀ ବିଭାଗ ଠୋସ ସୂଚନା ପାଇ ତାଙ୍କ ଘର ପାଖରେ ଛପି ରହିଥିଲେ। ଶ୍ରୀ ରାୟ ବ୍ରାଉନ୍‌ସୁଗାର ଧରି ବାହାରକୁ ଯାଉଥିବା ବେଳେ ତାଙ୍କୁ ଅଟକାଇ ଅବକାରୀ ବିଭାଗ ତାଙ୍କ ଠାରୁ ବ୍ରାଉନସୁଗାର ଜବତ କରିବା ସହତ ତାଙ୍କୁ ଗିରଫ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଓଜନ ହୋଇ ନ ଥିଲେ ମଧ୍ୟ ଜବତ ବ୍ରାଉନସାଗରର ଓଜନ ୨୫ରୁ ୩୦ ଗ୍ରାମ ହେବ ବୋଲି ଆକଳନ କରାଯାଉଛି ବୋଲିି ଶ୍ରୀ ତିଓ୍ଵାରି କହିଛନ୍ତି।

ସମ୍ବନ୍ଧିତ ଖବର