ବାଲେଶ୍ୱର: ୧୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ,ମହିଳା ଗିରଫ

ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱର ସହରର ଅରଡ ବଜାରର ଜଣେ ମହିଳାଙ୍କ ଘରେ ଚଢ଼ାଉ କରାଯାଇ ୧୫୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।
ବାଲୋବର ଅବକ୍‌ାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଅରଡ଼ବଜାର ଅଞ୍ଚଳରେ ଚୋରା ବ୍ରାଉନସୁଗାର କାରବାର ଚାଲିଥିବା ନେଇ ବିଭାଗକୁ ସୂଚନା ମିଳିବା ପରେ ବିଭାଗ ପକ୍ଷରୁ ଅଞ୍ଚଳ ଉପରେ ନଜର ରଖାଯାଇଥିଲା। ତେବେ ଗତକାଲି ରାତିରେ ଏକ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅବକାରୀ ବିଭାଗ ଅରଡ଼ବଜାର ମସଜିଦ ଗଳିରେ ଚଢ଼ାଉ କରି ସୁହେଲା ବିବି ନାମକ ଜଣେ ମହିଳାଙ୍କ ଠାରୁ ୧୫ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଏହି ବ୍ରାଉନ ସୁଗାର ସେ ଜଳେଶ୍ୱର ଅଞ୍ଚଳରୁ ଆଣିଥିବା ଅବକରୀ ବିଭାଗ କହିଛି।

ସମ୍ବନ୍ଧିତ ଖବର