ଅନୁଗୁଳ: ବସ- କାର ଧକ୍କା, ଜଣେ ମୃତ, ୮ ଆହତ

ଅନୁଗୁଳ: ବୌଦ୍ଧରୁ ଅନୁଗୁଳ ଆସୁଥିବା ଏକ ଘରୋଇ ବସ ଏକ କାର ପଛ ପଟେ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ କାରରେ ଥିବା ଅନ୍ୟ ୨ ଜଣ ଯାତ୍ରୀଙ୍କ ସହିତ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬/୭ ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ଣ ୧୦ ଟା ସମୟରେ ମହିମା ନାମକ ଘରୋଇ ବସଟି ଅନୁଗୁଳ ଅଭିମୁଖେ ଆସୁଥିଲା। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅର୍ନ୍ତଗତ ତୁବେ ନିକଟରେ ବସଟି ସାମ୍‌ନାରେ ଯାଉଥିବା ଓଡି୧୯ଇ ୭୯୨୬ ନମ୍ବର ବିଶିଷ୍ଟ ଏକ କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରର ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର