କଟକ: ଟ୍ରକ୍‌କୁ ପଛରୁ ପିଟିଲା ବସ୍‌, ଜଣେ ମୃତ, ୧୦ ଆହତ

କଟକ/ଆଠଗଡ଼:ସୋନପୁରରୁ କଟକ ଆସୁଥିବା ବିଜୟ ନାମକ ଏକ ଘରୋଇ ଯାତ୍ରୀବାହୀ ନାଇଟ୍‌ କୋଚ୍‌ ବସ ଦୃତଗତିରେ ଯାଉଥିବା ବେଳେ ଚୌଦ୍ୱାର ଥାନା ଅନ୍ତର୍ଗତ କଜଳକଣା ଗଡ଼ା ନିକଟରେ ପଛରୁ ଏକ ଟ୍ରକ୍‌କୁ ଧକ୍‌କା ଦେବା ଫଳରେ ଘଟଣାସ୍ଥଳରେ ବସ୍‌ର ହେଲପରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦ରୁ ଉର୍ଧ୍ୱ ବସଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବସଟି ଭୋର ଭୋରରୁ ଚୌଦ୍ୱାର ଥାନା ଅନ୍ତର୍ଗତ କଜଳକଣା ଗଡ଼ା ନିକଟରେ ଏକ ଟ୍ରକ୍‌କୁ ଓଭରଟେକ୍‌ କରୁଥିବା ବେଳେ ସାମାନ ପଟୁ ଆଉ ଏକ  ଟ୍ରକ ଆସିଯାଇଥିିଳା। ତେଣୁ ବସ ଡ୍ରାଇଭର ଗାଡ଼ିିକୁ ନିୟନ୍ତ୍ରଣରେ ରଖି ନ ପାରି ଆଗରେ ଯାଉଥିବା ଟ୍ରକ୍‌ ପଛରେ ପିଟି ଦେଇଥିଲେ। ଫଳରେ ବସ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ବସର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର