Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଫୁଲବାଣୀ: ବସ ଓଲଟି ଜଣେ ମୃତ, ୨୦ ଆହତ

0 404

ଫୁଲବାଣୀ: ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ରୁତିଙ୍ଗିଆ ପଞ୍ଚାୟତ ଦଲାବାଲି ଘାଟିରେ ‘ଲଳିତା’ ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ  ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।  ବସଟି ପ୍ରାୟ ୩୫ରୁ ଊର୍ଧ୍ୱ ଯାତ୍ରୀଙ୍କୁ ନେଇ  ପକାରିରୁ ବାଲିଗୁଡା ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗୁରୁତର ୨୦ ଜଣଙ୍କୁ ବାଲିଗୁଡା ଉପଖଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

17 + 6 =