ଚମ୍ପୁଆ: ବସ ଓଲଟି ୬ ଗୁରୁତର

ଚମ୍ପୁଆ( କେନ୍ଦୁଝର) : ଆଜି ସକାଳେ କେନ୍ଦୁଝର ଜିଲ୍ଲା ରଞ୍ଚୁଆଯୋଡାରୁ ଯୋଡ଼ା ଅଭିମୁଖେ ଯାଉଥିବା ଓଡି୦୯ ବି ୦୫୩୩ ନମ୍ବର ବିଶିଷ୍ଟ ଏକ ଘରୋଇ ବସ କରଞ୍ଜିଆ ଥାନା ଅନ୍ତର୍ଗତ କାଟୁଳିକନା ନିକଟରେ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବା ସହିତ ଏକ ବିଲ ମଧ୍ୟରେ ଓଲଟି ପଡ଼ିଛି।

ଏହି ଦୁର୍ଘଟଣାରେ ୧୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସତ୍ୟାନନ୍ଦ ମହାରଣା, ଜାନକୀ ଲହାର, ଫୁଲମଣି ମହାନ୍ତ, ଡାଳିମ୍ବ ମହାନ୍ତ,ବିକ୍ରମ ମୁଣ୍ଡା ଓ ମାନସ ପାତ୍ର ନାମକ ଯାତ୍ରୀଙ୍କୁ ପୁଲିସ ଓ ଦମକଳ ବାହିନୀ ଉଦ୍ଧାରେ କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର