ବଣାଇ: ଓଲଟିଲା ପାରାଦୀପରୁ ରାଉରକେଲା ଯାଉଥିବା ନାଇଟ୍‌ କୋଚ୍‌ ବସ୍‌ , ୩୦ ଯାତ୍ରୀ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଏକ ନାଇଟ୍‌ ଏକ୍ସପ୍ରେସ ବସ୍‌ର ଚକ ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିିବା ବେଳେ ଗୁରୁତର ଭାବେ ଆହତ ଯାତ୍ରୀଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପରୁ  ରାଉରକେଲା ଆସୁଥିବା ‘ଗଙ୍ଗା’ ନାମକ ଏକ ଘରୋଇ ନାଇଟ୍‌ କୋଚ୍‌ ବସ ଦୃତ ଗତିରେ ଯାଉଥିିବା ବେଳେ ବଣେଇ ଥାନା ଅନ୍ତର୍ଗତ ବଲାଣୀପାଟ ଛକ ନିକଟରେ ଭୋର ପ୍ରାୟ ୪ଟା ବେଳେ ଏହାର ଆଗଚକ ଫାଟି ଯାଇଥିଲା। ଫଳରେ ଗାଡ଼ି ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଗାଡ଼ିଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଭାବେ ଆହତ ହୋଇଥିବା ୪ ଜଣଙ୍କୁ ରାଉରକେଲା  ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର