ବିଜେପୁର: ଓଲଟି ପଡ଼ିଲା କ୍ୟାଣ୍ଟର. ଜଣେ ମୃତ

ବିଜେପୁର: ଆଜି ସକାଳେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପଦ୍ମପୁର- ବିଜେପୁର ରାସ୍ତାର ପହଣ୍ଡି ନିକଟରେ ଏକ କ୍ୟାଣ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କ୍ୟାଣ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଓଆର୧୫ ଇ ୨୭୩୭ ନମ୍ବର ବିଶିଷ୍ଟ ଏକ କ୍ୟାଣ୍ଟର ଆଜି ସକାଳେ ପଦ୍ମପୁରରୁ ବିଜେପୁରକୁ ଖାଲି ଯାଉଥିବା ବେଳେ ଏହାକୁ ଅଟକାଇ ଥବୀର ତ୍ରିପାଠୀ(୫୫ ବର୍ଷ) ନାମକ ଜଣେ ବ୍ୟକ୍ତି ଏଥିରେ ଯାତ୍ରା କରିବା ପାଇଁ ଚଢ଼ିଥିଲେ। ଶ୍ରୀ ତ୍ରିପାଠୀ ନିକଟସ୍ଥ ପଧାପନପାଲିକୁ ଏକ ରୋଷେଇ କାର୍ଯ୍ୟ କରିବାକୁ ଯାଉଥିଲେ। ମାତ୍ର କ୍ୟାଣ୍ଟର ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ଓ ଶ୍ରୀ ତ୍ରିପାଠୀ କ୍ୟାଣ୍ଟର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ଖବରପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ୟାଣ୍ଟର ତଳୁ ମୃତଦେହ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର