ସମ୍ବଲପୁର: ସମ୍ବଲପୁର ମୁଦିପଡ଼ା ରାଧାନାଥ କଲ୍ୟାଣ ମଣ୍ଡପଠାରେ ଗତ ବୁଧବାର ସନ୍ଧ୍ୟାରେ ଟ୍ରାଫିକ୍ ତନଖି ବେଳେ ପୁଲିସ ଜଣେ କାର ଚାଳକଙ୍କ ଚାଲାଣ କାଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ କାର ଚାଲାଣଙ୍କୁ ଟ୍ରାଫିକ୍ ପୁଲିସ ଯେଉଁ ଚାଲାଣ ରସିଦ୍ ଦେଇଥିଲେ ସେଥିରେ ହେଲମେଟ ପିନ୍ଧି ନ ଥିବାରୁ ୧ହଜାର ଟଙ୍କା ଜରିମାନା ବୋଲି ଉଲ୍ଲେଖ ରହିଥିଲା।
କାର ଚାଳକ ଚନ୍ଦ୍ରକୁମାର ବେହେରାଙ୍କ କହିବାନୁସାରେ, ଗତକାଲି ସନ୍ଧ୍ୟାରେ କୌଣସି କାମରେ ସେ ସ୍ଥାନୀୟ ରାଧାନାଥ କଲ୍ୟାଣ ମଣ୍ଡପ ରାସ୍ତା ଦେଇ ଯାଉଥିବା ବେଳେ ସେଠାରେ ଟ୍ରାଫିକ୍ ପୁଲିସର ଗାଡ଼ି ତନଖି ଚାଲିଥିଲା। ଏହି ସମୟରେ ଟ୍ରାଫିକ୍ ପୁଲିସ ତାଙ୍କୁ ଗାଡ଼ି ଅଟକାଇବା ପାଇଁ କହିଥିଲା। ଗାଡ଼ି ଅଟକାଇବା ପରେ ଜନୈକ ସବ୍ଇନ୍ସପେକ୍ଟର ତାଙ୍କ ହାତରେ ଚାଲାଣ କାଟି ରସିଦ ଧରାଇଥିଲେ। ସେଥିରେ ତାଙ୍କ କାର ନମ୍ବର ସହ ହେଲମେଟ ପିନ୍ଧି ନଥିବାରୁ ୧ହଜାର ଟଙ୍କା ଜରିମାନା ହେଲା ବୋଲି ଉଲ୍ଲେଖ ରହିଥିଲା। ଏହା ଦେଖି ଚାଳକ ଚନ୍ଦ୍ରକୁମାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ସେ ସମ୍ବଲପୁର ଆରଟିଓରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ସମ୍ବଲପୁର ଡିଏସ୍ପି ହିମାଂଶୁ ବେହେରା କହନ୍ତି, କାର ଚାଳକଙ୍କୁ ହେଲମେଟ ଫାଇନ୍ ହୋଇଥିବା ଅଭିଯୋଗ ତାଙ୍କ ପାଖକୁ ଆସିବା ପରେ ସେ ଘଟଣାର ତଦନ୍ତ କରିଛନ୍ତି।
/sambad/media/post_attachments/wp-content/uploads/2020/02/909.jpg)
ତଦନ୍ତରୁ ଜଣାପଡ଼ିଛି କି ସେଦିନ ଆରଟିଓ ଅଧିକାରୀ ଗାଡ଼ି ତନଖି ବେଳେ ୨୨ଟି ମେସିନ୍ ବ୍ୟବହୃତ ହୋଇଥିଲା।ଏହି ୨୨ମେସିନ୍ ମଧ୍ୟରୁ ଯେଉଁଥିରେ ଏଭଳି ଚାଲାଣ କଟିଛି ତାହାକୁ ନେଇ ଯାଞ୍ଚ କରିବା ପରେ ଜଣାପଡ଼ିଛି କି ଚନ୍ଦ୍ରକୁମାର ବେହେରା ଗତକାଲି ଟ୍ରାଫିକ୍ ତନଖି ବେଳ ବିନା ହେଲମେଟରେ ବାଇକ୍ ନେଇ ଆସିଥିଲେ। ଏହି ସମୟରେ ଟ୍ରାଫିକ୍ ଅଧିକାରୀ ତାଙ୍କର ଚାଲାଣ କାଟିବା ପାଇଁ ଗାଡ଼ି ନମ୍ବର ନ ଦେଖି ଚନ୍ଦ୍ରକୁମାରଙ୍କୁ ହିଁ ଗାଡ଼ି ନମ୍ବର ପଚାରିଥିଲେ। ଫଳରେ ସେ ଅନ୍ୟମନସ୍କରେ ନିଜ କାର ନମ୍ବର କହି ଦେଇଥିଲେ। କାରଣ ତାଙ୍କର କାର ଓ ବାଇକ୍ ନମ୍ବର ପାଖାପାଖି ସମାନ ଥିଲା। ତେଣୁ କାର ନମ୍ବରରେ ଚାଲାଣ କଟି ଯାଇଥିଲା। ଏହି ଘଟଣାକୁ ଚନ୍ଦ୍ରକୁମାର ଗଣମାଧ୍ୟମ ସାମ୍ନାରେ ଅଲଗା ଭାବେ ଉପସ୍ଥାପନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Sambalpur-car-driver-27_Thumb.jpg)