କେନ୍ଦ୍ରାପଡ଼ା: ବ୍ରହ୍ମ ତାଳଧ୍ୱଜରେ ଚଢ଼ିଲେ ପ୍ରଭୁ ଶ୍ରୀଜଗନ୍ନାଥ-ବଳଭଦ୍ର-ସୁଭଦ୍ରା

କେନ୍ଦ୍ରାପଡ଼ା: ପବିତ୍ର ତୁଳସୀ କ୍ଷେତ୍ର ‘କେନ୍ଦ୍ରାପଡ଼ା’ରେ ବୁଧବାର ରଥଯାତ୍ରା ଆୟୋଜନ ହୋଇଛି। ଏଠାକାର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବ ଜିଉ ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀଙ୍କ ସହିତ ରଥଯାତ୍ରାରେ ବାହାରିଛନ୍ତି। ଆଜି ୩ଟା ୧୫ରେ ତିନି ଠାକୁରଙ୍କର ପହଣ୍ଡି ବିଜେ ହୋଇଥିଲା। ପହଣ୍ଡି ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳିରେ ମନ୍ଦିର ପରିସର କମ୍ପି ଉଠୁଥିଲା। ଅପରାହ୍ଣ ସାଢ଼େ ୪ଟା ବେଳକୁ ତିନି ଠାକୁର ବିଶ୍ୱର ବଡ଼ ରଥ ‘ବ୍ରହ୍ମ ତାଳଧ୍ୱଜ’ରେ ଚଢ଼ି ସାରିଥିଲେ।

ଶ୍ରୀଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ପରଂପରା ନିଆରା। ଏଠାରେ ରଥଯାତ୍ରା ଅବସରରେ ଭକ୍ତମାନେ ରଥକୁ ମାତ୍ର ୨୦୦ ମିଟର ଟାଣିଥାନ୍ତି। ରଥଯାତ୍ରାର ପରବର୍ତ୍ତୀ ଦିନରେ ଠାକୁରଙ୍କ ରଥ ଆଗକୁ ନିଆଯାଇଥାଏ।

ସମ୍ବନ୍ଧିତ ଖବର