ଆନନ୍ଦପୁର: ବାହାଘର ଉତ୍ସବରୁ ଫେରିବା ବେଳେ ଗଛରେ ପିଟିହେଲା କାର, ୪ ମୃତ, ୩ ଗୁରୁତର

ଆନନ୍ଦପୁର: ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲା କରଞ୍ଜିଆ- ଆନନ୍ଦପୁର ରାସ୍ତାର ବାଙ୍ଖିଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୂତର ଭାବେ ଆହତ ହୋଇଛନ୍ତି। ଦୃତଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ଏହି ଅଘଟଣ ଘଟିଛି।ଖବର ପାଇ ସ୍ଥାନୀୟ ଲୋକେ, ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶାଳବଣି ଓ ସାଇଁକୁଳ ଗ୍ରାମର ସମ୍ପର୍କୀୟମାନେ ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଗ୍ରାମରେ ନିଜର ଜଣେ ସମ୍ପର୍କୀୟଙ୍କ ଝିଅ ବିଭାଘର ଉତ୍ସବରେ ଯୋଗ ଦେଇ ଆଜି ସକାଳୁ ଏକ କାରଯୋଗେ ଆନନ୍ଦପୁର ଫେରୁଥିଲେ। ତେବେ ସକାଳ ପ୍ରାୟ ସାଢ଼େ ୬ଟା ବେଳେ କାରଟି ଭାରସାମ୍ୟ ହରାଇ ବାଙ୍ଖିଡ଼ି ନିକଟରେ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ମନୋରମା ତ୍ରିିପାଠୀ, ଚିନ୍ନା ପଣ୍ଡା, ବୈକୁଣ୍ଠ ପଣ୍ଡା ଓ ଲକ୍ଷ୍ମୀପିୟା ପଣ୍ଡାଙ୍କର ମୃତ୍ୟୁ ଘଟିଛି। ଆଉ ଏହି ଦୁର୍ଘଟଣାରେ ରଘୁନାଥ ପଣ୍ଡା, ମାନସ ପଣ୍ଡା ଓ ଗଣେଶ୍ୱର ମିଶ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତଦେହ ଗୁଡ଼ିକ କାର ଭିତରେ ଚାପି ହୋଇ ରହି ଯାଇଥିଲା। କାର ଭାଙ୍ଗି ସେଗୁଡ଼ିକୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର