ପୁରୀ: ସମୁଦ୍ରରୁ ବିଶାଳକାୟ ‘ତିମି’ର ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ବାଲିହରଚଣ୍ଡୀ ବିଟ୍‌ ସମୁଦ୍ର କୂଳରୁ ମଙ୍ଗଳବାର ଏକ ବିଶାଳକାୟ ‘ତିମି’ର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହି ମୃତ ତିମି ସଂପୂର୍ଣ୍ଣ ଗଳିତ ହୋଇ ସାରିଛି। ସ୍ଥାନୀୟ ମତ୍ସଜୀବୀଙ୍କ ଠାରୁ ସୂଚନା ମିଳିବା ପରେ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି।

ବ୍ରହ୍ମଗିରି ରେଞ୍ଜ ଅଧିକାରୀ ରଜତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍‌ ପହଂଚି ତିମିର ମୃତଦେହକୁ ଜବତ କରିଛନ୍ତି। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର ହୋଇଥିବା ତିମିର ଲମ୍ବ ୨୦, ଗୋଲେଇ ୧୨ ଫୁଟ ଓ ୨୦ ଟନ୍‌ ଗୋଲେଇ ହେବ।

ମୃତ ତିମିକୁ ପୋଷ୍ଟମର୍ଟମ କରାଯାଇଛି। ‘ତିମି’ର ହୃତପିଣ୍ଡ, ଯକୃତ ଓ ମଳଦ୍ୱାରା ସଂଗୃହୀତ କରାଯାଇଛି। ପରୀକ୍ଷା ପାଇଁ ହାଇଦ୍ରାବାଦସ୍ଥିତ ସିସିଏମ୍‌ବି (ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ ମଲ୍ଲିକୁଲାର ବାୟୋଲୋଜୀ) ଯିବ। ରିପୋର୍ଟ ଆସିବା ପରେ ତିମିର ପ୍ରଜାତି ଓ ମୃତ୍ୟୁର କାରଣ ଜଣାପଡ଼ିବ।
-ସହାୟକ ପ୍ରାଣୀ ଚିକିତ୍ସକ ଡ. ପ୍ରୀତିତୋଷ ମହାପାତ୍ର

ସୂଚନାଯୋଗ୍ୟ ଏହି ଅଂଚଳରେ ‘ମୃତ ତିମି’ ଉଦ୍ଧାର ହେବା ତୃତୀୟ ଘଟଣା। ପୂର୍ବରୁ ୨୦୧୧ରେ ଏକ ୫୦ ଫୁଟ ଲମ୍ବ, ୧୫ ଫୁଟ ଗୋଲେଇ ଓ ୧୦ ଟନ୍‌ ଓଜନର ମୃତ ତିମି ଉଦ୍ଧାର ହୋଇଥିଲା। ସେହିପରି ୨୦୦୫ରେ ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା ୨୭.୨ ଇଞ୍ଚ ଲମ୍ବ, ୧୨ ଫୁଟ ଗୋଲେଇ ଓ ୯ ଟନ୍‌ ଓଜନର ଓ୍ଵାଇଲ୍ଡ ସାର୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର