ବୁର୍ଜା ଆଶ୍ରମ ସ୍କୁଲ ବାଳିକା ଛାତ୍ରୀନିବାସର ୩ ସିସି କ୍ୟାମେରା ଚୋରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ସ୍କୁଲ ବାଳିକା ହଷ୍ଟେଲରୁ ସୋମବାର ରାତି ୩ଟି ସିସି କ୍ୟାମେରା ଚୋରୀ ହୋଇଯାଇଥିବା ନେଇ ଜଣାପଡିଛିା ଏନେଇ ପ୍ରଧାନ ଶିକ୍ଷକ ବାସୁଦେବ ନାୟକ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିା ଗତ ଅଗଷ୍ଟ ମାସରେ ବିଦ୍ୟାଳୟ ହଷ୍ଟେଲର ଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଠି କାରଣରୁ ସରକାରଙ୍କ ତରଫରୁ ସିସିଟିଭି ଲଗା ଯାଇଥିଲା।

ଛାତ୍ରୀମାନେ ଯିବା ଆସିବା ସହ ଶିକ୍ଷୟତ୍ରୀଙ୍କ ଚାଲିଚଳନ, ହଷ୍ଟେଲ ଭୋଜନ କିପରି ଦିଆଯାଉଛି, ହଷ୍ଟେଲରେ କେଉଁମାନେ ଯିବା ଆସିବା କରୁଛନ୍ତି। ଏସମସ୍ତ ବିଷୟରେ ପରଖିବା ସକାଶେ ସିସିଟିଭିର ବ୍ୟବସ୍ଥା କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ସିସିଟିଭିକୁ ମଧ୍ୟ ଦୁର୍ବୁତ୍ତମାନେ ଚୋରୀ କରିନେଇ ଯିବାରେ ସଫଳ ହୋଇଛନ୍ତିା ଏନେଇ ତଦନ୍ତ ଜାରି ରଖାଯାଇଛି ଓ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯିବା ପରେ ଚୋର ଧରାପଡିପାରେ ବୋଲି ଆଇଆଇସି ଗୌରହରି ସାହୁ ପ୍ରକାଶ କରିଛନ୍ତିା

ବର୍ତ୍ତମାନ ସିସିଟିଭି ଚୋରୀ ହେବା ପରେ ଅନେକ କଥା ଚର୍ଚ୍ଚାର ପରିଧିକୁ ଆସୁଥିବା ବେଳେ ଛାତ୍ରୀମାନଙ୍କ ହଷ୍ଟେଲ୍‌ରେ ଅନ୍ୟ କେହି ଯିବା ଆସିବା କରୁଥୁଲେ କି, କିମ୍ବା ହଷ୍ଟେଲରେ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିଲା କି, ନଚେତ ସିସିଟିଭି କାହିଁକି ଚୋରୀ ହେଲା, ଯେଉଁମାନଙ୍କୁ ଯିବା ଆସିବାରେ ବାଧାସୃଷ୍ଠି ହେଉଥିଲା ସେମାନେ ହିଁ ସିସିଟିଭି ଚୋରୀ କରିଥିବା ଅନୁମାନ କରାଯାଉଛିା

ସମ୍ବନ୍ଧିତ ଖବର