ସ୍କୁଲରେ ଶିକ୍ଷକଙ୍କ ଅଭାବ: ଚନ୍ଦନପୁର ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଅନେକ ଦିନ ହେବ ଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ସ୍କୁଲରେ ପାଠ ପଢ଼ା ଠିକ୍‌ ଭାବେ ହେଉ ନଥିବା ନେଇ ପିଲାମାନେ ଘରେ ଅଭିଯୋଗ କରି ଆସୁଥିଲେ। ୫ଟି ଶ୍ରେଣୀ ଗୃହ ଥିଲେ କିନ୍ତୁ ଦୁଇଟି ଶ୍ରେଣୀରେ ୫୮ଜଣ ପିଲାଙ୍କୁ ବସାଇ ପାଠ ପଢ଼ା ଯାଉଥିଲା। ଏନେଇ ଗ୍ରାମବାସୀ ସ୍କୁଲ ଶିକ୍ଷକଙ୍କୁ ପିଲାଙ୍କ ପାଠପଢ଼ା ନେଇ ଅସୁବିଧା ଜଣାଇ ଥିଲେ। ହେଲେ ଶିକ୍ଷକମାନେ ଏନେଇ କୌଣସି କଥା ଶୁଣି ନଥିଲେ। ଶେଷରେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର