ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ: ମାମୁଁ ଘରେ କୂଅରେ ପଡି ଭଣଜାର ମୃତ୍ୟୁ

ଭାଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ବିଶୋଇରୁ ଆସିଥିଲେ ପରିବାର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚାକିଡି ଗ୍ରାମରେ ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ ଘଟିଛି। ଚାକିଡି ଗ୍ରାମର ଭାଇ ଗୁଲାମ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଭିଣେଇ ସହିତ ଭଉଣୀ ଓ ଚାରି ବର୍ଷର ପୁଅ ମେଘରାୟ ମୁର୍ମୁ ବିଶୋଇ ଥାନା ବାଉତିବେଡାରୁ ଆସିଥିଲେ।

ରାକ୍ଷୀ ପୂର୍ଣ୍ଣିମା ପାଇଁ ଆସିଥିବା ଭଉଣୀ ଓ ଭିଣେଇ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଛୋଟ ଛୁଆ ମେଘରାୟ ପ୍ରତି ନଜର ରଖି ପାରି ନଥିଲେ। ମେଘରାୟ ଘର ବାହାରେ ଖେଳୁଥିଲା। ଏହି ସମୟରେ ସେ ଅସାବଧନତା ହେତୁ କୂଅରେ ପଡି ଯାଇଥିଲା।

ବହୁ ଖୋଜା ଖୋଜି ପରେ ଘର ପାଖ କୂଅରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତରଖାନାରେ ଡାକ୍ତର ଛୁଆଟିକୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର