ଗଞ୍ଜାମ: ବାଲ୍ୟବିବାହ ପାଇଁ ଆସିଥିବା ନାବାଳିକା ଉଦ୍ଧାର, ପିତା କହିଲେ ଝିଅକୁ ୧୮ବର୍ଷ ହେଲା ପରେ ହିଁ ବିବାହ କରାଇବି

ଗଞ୍ଜାମ:ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ପାଇଁ ଆସିଥିବା ସମୟରେ ଜଣେ ନାବାଳିକା ଗୁରୁବାର ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ସେରଗଡ଼ ଥାନା ନୂଆସାହି ଗ୍ରାମର ଅଭିରାମ ସ୍ୱାଇଁ ତାଙ୍କ ଝିଅ ଅନିତା ସ୍ୱାଇଁଙ୍କ ବିବାହ ଅରୁଣ ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନଙ୍କ ସହିତ କରାଇବେ ବୋଲି ଗୁୁରୁବାର ସାଉଁଲେଇ ପୀଠରେ ପହଁଞ୍ଚିଥିଲେ।

ତେବେ ଏହି ବାଲ୍ୟବିବାହ ସମ୍ପର୍କରେ ଖବର ପାଇବା ପରେ ହିଞ୍ଜଳିକାଟୁ ଥାନା ଅଧିକାରୀ ଶ୍ରୀ ପ୍ରାଶାନ୍ତ କୁମାର ସାହୁ, ବାଲ୍ୟ ବିବାହ ବିରୋଧ ଅଧିକାରୀ ଶ୍ରୀମତି ଚନ୍ଦ୍ରକଳା ସ୍ୱାଇଁ, ଜିଲ୍ଲା ଶିଶୁ କଲ୍ୟାଣ ୟୁନିଟର ଅଧିକାରୀ ଶ୍ରୀ ଶିବ ପ୍ରସାଦ ରଥ ଓ ଚାଇଲଡ ଲାଇନ୍‌ ବ୍ରହ୍ମପୁରର କେନ୍ଦ୍ର ସଂଯୋଜକ ଶ୍ରୀ ହରିଣ୍ୟ କୁମାର ରାୟ ଓ ଟିମ୍‌ ମେମ୍ବର ରଞ୍ଚିତ କୁମାର ଘଟଣାସ୍ଥଳରେ ପହଞ୍ଚି ଏହି ବିବାହକୁ ଅଟାଇ ନାବାଳିକା ଅନିତା ସ୍ୱାଇଁଙ୍କୁ ଉଦ୍ଧାର କରିଥିଲେ। ଏବଂ ଉଭୟ ପୁଅ ଓ ଝିଅର ପରିବାର ଲୋକଙ୍କୁ ବୁଝଇା କହିଥିଲେ। ଝିଅକୁ ୧୮ବର୍ଷ ପୂର୍ବରୁ ବିବାହ ନକରି ୧୮ବର୍ଷ ପୁରା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏଭଳି ବିବାହ ଆଇନତଃ ଦୋଷାବହ।

ଏହାପରେ ଅନିତାଙ୍କ ପିତା ନିଜ ଭୁଲ ବୁଛିଥିଲେ। ଝିଅକୁ ୧୮ବର୍ଷ ହେବା ପରେ ବିବାହ କରିବେ ବୋଲି ଏକ ଲିଖିତ ପତ୍ର ଦେଇଥିଲେ ଏବଂ କହିଥଇଲେ ଯଦି ଏହାକୁ ଆମେ ଉଲଘଂନ କରୁ ତେବେ ଆଇନତଃ ଯାହା ଦଣ୍ଡ ଦିଆଯିବ ଆମେ ତାକୁ ବିନା ପ୍ରତିବାଦରେ ଗ୍ରହଣ କରିବୁ।

ସମ୍ବନ୍ଧିତ ଖବର