ପିଲା ଚୋରି ସନ୍ଦେହରେ ରାସ୍ତା ମଝିରେ ଟଣାଓଟରା କରି ମହିଳା ଓ ଯୁବକଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ପିଲା ଚୋରିକୁ ନେଇ ଗୁଜବ ଉଠିବା ପରେ ଲୋକମାନଙ୍କୁ ଯେଉଁ ବ୍ୟକ୍ତି ଉପରେ ସନ୍ଦେହ ହେଉଛି ତାକୁ ସେମାନେ ମାଡ ମାରିବା ଆରମ୍ଭ କରି ଦେଉଛନ୍ତି। ଏମିତି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁରିଗଡ଼ିଆ ନିକଟରେ ସୋମବାର ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକ କିଛି ସମୟ ହେଲା ଘୁରି ବୁଲିଥିଲା। ଏହି ଯୁବକକୁ ଦେଖି ଗ୍ରାମବାସୀମାନେ ପିଲାଚୋର ବୋଲି ସନ୍ଦେହ କରିଥିଲେ। ଏହାପରେ ତାକୁ ନିସ୍ତୁକମାଡ ମାରିବା ସହିତ ବାନ୍ଧି ପକାଇଥିଲେ। ସେହିପରି ସୋର ଥାନା ଅନ୍ତର୍ଗତ ବାରଙ୍ଗ ଛକ ନିକଟରେ ଜଣେ ମହିଳାଙ୍କୁ ପିଲା ଚୋର ବୋଲି ଭାବି ବିଚ ରାସ୍ତାରେ ଟଣାଘୋଷଡା କରିବା ସହିତ ତାଙ୍କ ଦେହରୁ ଲୁଗାପଟା କାଢ଼ି ଅତି ନିର୍ମମ ଭାବେ ଗ୍ରାମବାସୀ ମାଡ ମାରିଥିବା ଖବର ସାମ୍ନାକୁ ଆସିଛି।

କିଛିଦିନ ତଳେ ରାୟଗଡା ସହରରେ ଲୋକେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ଜେକେପୁର, ଆଂଜେୟାପେଟା ଓ ଗୁମ୍ମା ଅଞ୍ଚଳରେ ଯୁବକମାନେ ହାତରେ ଠେଙ୍ଗା, କୁରାଡ଼ି ଧରି ପଇଁତରା ମାରି ଜଗି ରହିଥିଲେ। ଏହିଭଳି ଗୁଜବ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଆତଙ୍କ ଖେଳିଯାଇଥିଲା। ରାୟଗଡ଼ା ଏସପି ରାହୁଲ ପିଆର ସାମ୍ବାଦିକ ସମ୍ମିଳନୀରେ ପିଲା ଚୋରି ଖବରରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରି କାହାରିକୁ ମାରପିଟ ନ କରିବାକୁ ଅନୁରୋଧ କରିଥିଲେ। ସନ୍ଦେହ ହେଲେ ପୁଲିସକୁ ସୂଚନା ଦେବାକୁ ଅନୁରୋଧ କରିଥିଲେ।

ସେହିଭଳି ଗୁମ୍ମା ଅଞ୍ଚଳରେ କିଛିିଦିନ ତଳେ ରାତିରେ ୩ଟି ମୋଟର ସାଇକେଲରେ ୬ ଜଣ ବ୍ୟକ୍ତି ଆସି ଗୋଟିଏ ଘରର କବାଟ ପିଟିଥିଲେ। ପ୍ରାୟ ଦୁଇ ଘଣ୍ଟା ବାହାରେ ଅପେକ୍ଷା କରି ରହିବା ପରେ କେହି ନ ଆସିବାରୁ ଚାଲିଯାଇଥିଲେ। ତେଣୁ ଗୁମ୍ମାର ଅଧିକାଂଶ ପରିବାର ଘରେ ଚାବି ପକାଇ ସଂପର୍କୀୟ ଘରକୁ ଚାଲିଯାଇଥିବା ବେଳେ ଯୁବକମାନେ ପାଳି କରି ହାତରେ ଠେଙ୍ଗା ଓ କୁରାଡ଼ି ଧରି ଦୁର୍ବୃତ୍ତଙ୍କୁ ଧରିବାକୁ ଗାଁକୁ ଜଗି ବସିଥିବା ଦେଖିବାକୁ ମିଳିଥିଲା। ଗୁଡ଼ାରି ଅନ୍ତର୍ଗତ ବେଣ୍ଟୁଗୁଡ଼ା ଗ୍ରାମବାସୀ ଜଣେ ବିହାରରୁ ଆସିଥିବା ବୃଦ୍ଧକୁ ଧରି ପୁଲିସ ଜିମା ଦେଇଥିବା ବେଳେ କୁଜେନ୍ଦ୍ରିରେ ମଧ୍ୟ ଜଣକୁ ଧରି ରାମନାଗୁଡ଼ା ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ଯ ତେବେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ ସନ୍ଦିଗ୍ଧ ଲୋକଙ୍କୁ ଧରି ପୁଲିସ ଜିମା ଦେବା ସଂଖ୍ୟା ୮ ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର