ଭବାନୀପାଟଣା:  ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅପହରଣ, ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ 

ଭବାନୀପାଟଣା/ଥୂଆମୂଳ ରାମପୁର, : କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ବଡବାପା ଘରକୁ ଏକୋଇଶିଆ ଭୋଜିରେ ଯୋଗଦେବାକୁ ଯାଉଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ ରାସ୍ତାରୁ ଉଠାଇ ନେଇ ଦୁଇଦିନ ଧରି ଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗି ଦେଇଛିା ପରେ ପୀଡିତା ଛାତ୍ରୀ ଥୂଆମୂଳ ରାମପୁର ଥାନାରେ ଗତକାଲି ସଂନ୍ଧ୍ୟାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଥୂଆମୁଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମରେ ଗତ ୧୭ ତାରିଖ ରାତି ୮ଟା ସମୟରେ ଷଷ୍ଠ ଶ୍ରେଣୀର ଛାତ୍ରୀ ତାଙ୍କ ବଡବାପାଙ୍କ ଘରକୁ ଏକୋଇଶିଆ ଭୋଜିରେ ଯୋଗଦେଇବାକୁ ଯାଉଥିଲେ । ଏହି ସମୟରେ ସେହି ଗ୍ରାମର ମୁନ୍ନା ନାଏକ(୩୦) ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ତାର ଘରେ ରଖି ଦୁଇ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଳି ସନ୍ଧ୍ୟାରେ ପୀଡିତା ନାବାଳିକାକୁ ଅଭିଯୁକ୍ତ ମୁନ୍ନା ଛାଡିଦେବାପରେ ପୀଡିତା ଘରେ ପହଞ୍ଚି  ପରିବାର ଲୋକଙ୍କୁ ସମସ୍ତ ଘଟଣା ଅବଗତ କରିଥିଲେ । ଏ ନେଇ ପରିବାର ପକ୍ଷରୁ ଥୂଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଦଫା ୩୪୨, ୩୬୩, ୩୭୬(୨)(ଆଇ),୬ ପୋକସୋ ଆକ୍ଟରେ ୬୪/୧୮ ନମ୍ବର  ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ  ଏସଆଇ ଉଗ୍ରସେନ ପଟେଲ କହିଛନ୍ତି ଯେ ଘଟଣା ନେଇ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଚି। ଆଜି ତାଙ୍କର ଡାକ୍ତରୀମାଇନା କରାଯିବ।

ସମ୍ବନ୍ଧିତ ଖବର