୨୧ରୁ ପୁରୀ ବେଳାଭୂମିରେ ସଫେଇ ଅଭିଯାନ, ସାମିଲ ହେବେ ୫ ହଜାର ସ୍ୱେଚ୍ଛାସେବୀ

ପୁରୀ: ପୁରୀର ସ୍ୱର୍ଣ୍ଣିମ ବେଳାଭୂମିରେ ଆଗାମୀ ୨୧ ତାରିଖ (ଶନିବାର) ଠାରୁ ସଫେଇ ଅଭିଯାନ ଆରମ୍ଭ ହେବ। ‘ମୋ ବିଚ’ ମାଧ୍ୟମରେ ଆୟୋଜନ ହେବାକୁ ଯାଉଥିବା ଅଭିଯାନରେ ପ୍ରାୟ ୫ ହଜାର ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମରେ ସାମିଲ ହୋଇ ବେଳାଭୂମିକୁ ସଫା କରିବେ। ବେଳାଭୂମିର ପ୍ରାୟ ୧୦୦ଟି ସ୍ଥାନରେ ଏହି ସଫେଇ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୱେଚ୍ଛାସେବୀମାନେ ପରିବେଶ ପ୍ରଦୂଷଣ ନ କରିବାକୁ ପର୍ଯ୍ୟଟକମାନଙ୍କୁ ସଚେତନ ବାର୍ତ୍ତା ଦେବେ।

ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସବୁ ବର୍ଗର ଲୋକଙ୍କୁ ଅପିଲ କରାଯାଇଛି। ପାଖାପାଖି ୧୦୦ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିର ସଫେଇ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବେଳାଭୂମିକୁ କିଭଳି ସଫା ରଖାଯାଇ ପାରିବ ସେଥିପାଇଁ ସମସ୍ତେ ଶପଥ ନେବେ। ପୁରୀରେ ଏହି ସଫେଇ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ପୂରା ରାଜ୍ୟରେ ଏହାକୁ ଜାରି ରଖାଯିବ। ସାମୁଦ୍ରିକ ଝଡ଼ ‘ଫନି’ର ଅଳ୍ପ କିଛି ଦିନ ମଧ୍ୟରେ କିଭଳି ପୁରୀ ପୁଣି ଥରେ ଅଣ୍ଟା ସଳଖ କରି ଛିଡା ହୋଇଛି, ସେହି ବାର୍ତ୍ତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯିବ।

ସମ୍ବନ୍ଧିତ ଖବର