ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବିରେ ରାଜପଥ ଅବରୋଧ

କୋରାପୁଟ୍‌: କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବି କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି  ରାଜପଥ ଅବରୋଧ କରାଯାଇଛି। ଏଥିପାଇଁ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିିଆ କୋରାପୁଟ ବନ୍ଦ ଡାକରା ଦେଇ ଧାରଣା ଦିଆଯାଇଛି।
ଫଳରେ ଛତିଶଗଡ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରକୁ ଯାତାୟତ ଓ ଗମନାଗମନ ବନ୍ଦ ହୋଇଯାଇଛି। ବିରୋଧୀଦଳ ମୁଖ୍ୟ ସଚେତକ ତଥା କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଓ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର